September 29, 2026

ମହାନଦୀରେ ଚତୁର୍ଥ ବନ୍ୟା,ସ୍ଥିତି ଅନୁଧ୍ୟାନ କଲେ ଜ଼ିଲ୍ଲାପାଳ।

IMG-20260928-WA0069
Share

 

ତିର୍ତ୍ତୋଲ ::-୨୮/୯- ମହାନଦୀରେ ବନ୍ୟା ଆସିବାଦ୍ବାରା ତିର୍ତ୍ତୋଲ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି l ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷା ସ୍ଥାନରେ ଥଇଥାନ କରାଯାଇଛି l ତିର୍ତ୍ତୋଲ ବ୍ଲକର ତରଜଙ୍ଗା ପଞ୍ଚାୟତର କୋଟକଣା ମହାନଦୀ ପଠା ମୁଣ୍ଡାସାହି, ତିର୍ତ୍ତୋଲ ର ଲକବଜାର ଆଦିବାସୀ ସାହି, କୋଲର ପଞ୍ଚାୟତ ଗୋପିଆକୁଦ, ମଣିଜଙ୍ଗା ପଞ୍ଚାୟତର ଗଉଡ଼ ସାହି ଅଞ୍ଚଳ ଜଳମଗ୍ନ l ଜ଼ିଲ୍ଲାପାଳ ଜେ ସୋନାଲ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ତହସିଲଦାର ମହେଶ୍ୱର ବେହେରା, ଜ଼ିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ପିଲେ ଓ ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ପ୍ରମୁଖ ବନ୍ୟା ଅଞ୍ଚଳ ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକମାନଙ୍କ ସହିତ ଗୃହ ପାଳିତ ପଶୁ ମାନଙ୍କୁ ବିଦ୍ୟାଳୟ ଓ ବିଭିନ୍ନ ସୁରକ୍ଷା ସ୍ଥାନରେ ଥଇଥାନ କରି ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଗୋ ଖାଦ୍ୟ, ଔଷଧ ର ବ୍ୟବସ୍ତା କରିଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୋନାଲ ଲୋକମାନଙ୍କୁ ବନ୍ୟାରେ ଭୟଭୀତ ନହେବାପାଇଁ ଆଶ୍ୱାସନା ଦେବାସହିତ ପ୍ରଶାସନ ସଦାସର୍ବଦା ତତ୍ପର ରହିଥିବା କହିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର