ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ଓ ସଭାଗୃହ ଉଦ୍ଘଟିତ
ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ଓ ସଭାଗୃହ ଉଦ୍ଘଟିତ
ବ୍ରାହ୍ମଣୀଗାଁ ତା୧୯\୬
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମା’ ପାଟଖଣ୍ଡା ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ଓ ସଭାଗୃହ ଉଦ୍ଘଟିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ପ୍ରଧାନ ବନ ସଂରକ୍ଷକ ଓଡ଼ିଶା, ଭୁବନେଶ୍ୱର ରୁ ଓମ୍ ପ୍ରକାଶ ସିଂ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ବନ ଖଣ୍ଡ ଅଧିକାରୀ ବିଶ୍ବ ରାଜ ପଣ୍ଡା, ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ସାହୁ, ବ୍ରାହ୍ମଣୀଗାଁ ବାନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ବ୍ରାହ୍ମଣୀଗାଁ ବନ ସୁରକ୍ଷା ସମିତି ର ସଭାପତି ଚିତ୍ର ସେନ ପାତ୍ର ଙ୍କ ନେତୃତ୍ବ ରେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମ ବାସୀ ଓ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ଉପସ୍ଥିତ ରହି ଅତିଥି ମାନଙ୍କୁ ଫୁଲ ମାଳ, ପୁଷ୍ପଗୁଚ୍ଛ ଦେଇ ଓ ପାରମ୍ପରିକ ବାଦ୍ୟ ବଜାଇ ଗାଁ ମୁଣ୍ଡ ନବ ନିର୍ମିତ ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବହୁ ଆଡ଼ମ୍ବର ସହକାରେ ପାଛୋଟି ନେଇଥିଲେ।
ସେଠାରେ ମୂଖ୍ୟ ଅତିଥି ଶ୍ରୀ ସିଂ ଫିତା କାଟି ନୂତନ ଗୃହର ଶୁଭ ଉଦ୍ଘାଟନ କରିବା ପରେ ଗୃହ ପ୍ରଵେଶ ନିମନ୍ତେ ପୁଜା ଅର୍ଚ୍ଚନା କରାଯାଇ ଥିଲା, ଏହା ପରେ ଏକ ବୈଠକର ଆୟୋଜନ କରାଯାଇଥିଲା ଏହି ବୈଠକ ମଧ୍ୟମ ରେ ଉପସ୍ଥିତ ଅତିଥି ମାନେ ବନ ସୁରକ୍ଷା ଓ ଜଙ୍ଗଲ ନିଆଁ ଦାଉରୁ କିଭଳି ସୁରକ୍ଷିତ ରଖି ପାରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ ଏବଂ ସରକାର ଙ୍କ ତରଫ ରୁ କଣ ସବୁ ସୁବିଧା ବନ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇ ପାରିବ ସେ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ, ବିଶେଷ କରି ମହିଳା ମାନଙ୍କୁ ସଶକ୍ତି କରଣ କରିବା ଦିଗରେ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ସହଯୋଗ ର ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ମନ୍ତବ୍ୟ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ବାନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ, ଗଦାପୁର ବନପାଳ ସଞ୍ଜୀବ କୁମାର ବେହେରା ସମେତ ସମସ୍ତ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ର ସମସ୍ତ ସଦସ୍ୟ, ଗ୍ରାମ ବାସୀ ଓ ସ୍ଵଂୟ ସହାୟିକା ଗୋଷ୍ଠୀ ମାନେ ସହଯୋଗ କରିଥିଲେ।
ଉଦ୍ଘାଟନ କାର୍ଯ୍ୟ ସାରି ମୂଖ୍ୟ ଅତିଥି ତଥା ଓଡ଼ିଶା ର ପ୍ରଧାନ ବନ ସଂରକ୍ଷକ ଓମ୍ ପ୍ରକାଶ ସିଂ ଵନାଞ୍ଚଳର କ୍ଷେତ୍ର ପରିଦର୍ଶନ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)