September 28, 2026

   ‘ଜ୍ଞାନ ପିପାସୁ ହୁଅ, ପୁସ୍ତକ ଅଧ୍ୟୟନ କର’ “ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬”

IMG-20260928-WA0020
Share

 

ସମ୍ବଲପୁର -ତା: ୨୭/୦୯/୨୦୨୬-

“ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର” ଆନୁକୂଲ୍ୟରେ ଆୟୋଜିତ ହେଉଥିବା

‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ଚତୁର୍ବିଂଶତୀତମ ତଥା ଏ ବର୍ଷର ଶେଷ ରବିବାସରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ‘ଆସ ନିର୍ଭୁଲ୍ ଇଂରାଜୀ କହିବା’ ଶିକ୍ଷା ଦେଇଥିଲେ ବିଶିଷ୍ଟ ଭାଷା ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ମହାକୁଡ଼ l

ପରେ ପରେ ‘ନିରନ୍ତର ବିକାଶରେ ଆମର ଭୂମିକା’ ବିଷୟରେ ଦଳଗତ କାର୍ଯ୍ୟ କରାଇ ଥିଲେ ହିଂଡlଲ୍ କୋର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ.ସୁଶାନ୍ତ କୁମାର ଗୁରୁ l

 

IIM, ସମ୍ବଲପୁରର ଛାତ୍ର-ଛାତ୍ରୀ ମାନେ ଗ୍ରୁମିଙ୍ଗ ପିଲାଙ୍କୁ ନେଇ ପୂର୍ବରୁ କରିଥିବା ଦଳଗତ କାର୍ଯ୍ୟର ସମୀକ୍ଷ୍ୟl କରିଵା ପରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜ଼ନ କମିସନର ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, IAS ଉପସ୍ଥିତ ଶିକ୍ଷlର୍ଥୀ ମାନଙ୍କୁ ଉଦବୋଧନ ଦେଇ ଆଦର୍ଶ ତଥା ସଫଳ ମଣିଷ ହେବା ନିମନ୍ତେ ଜ୍ଞାନ ଆହରଣ ପାଇଁ ଉତ୍ସୁକତାର ସହ ପାଠ ପଢ, ବିଶେଷତଃ ପୁସ୍ତକ ଅଧ୍ୟୟନ କର ବୋଲି ବୁଝାଇ ଥିଲେ l

 

ଅନୁଷ୍ଠାନର ସଭାପତି ପ୍ରଫେସର ଡ.ଆଦିତ୍ୟ ପ୍ରସାଦ ପାଢ଼ୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିଲେ l ଅନୁଷ୍ଠାନର ସୂଚାରୁ ପରିଚାଳନା ନିମନ୍ତେ ଆର୍ଥିକ ଅନୁଦାନର ଆବଶ୍ୟକତା ସମ୍ପର୍କରେ କମିଶନରଙ୍କୁ ସୂଚାଇ ଥିଲେ l

ଆଜିର ଏହି କାର୍ଯ୍ୟକ୍ରମରେ ବର୍ଷିଆନ ସାମ୍ବାଦିକ ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା, ପ୍ରଫେସର ଡ. ସେବକ ତ୍ରିପlଠୀ, ଡ.ନିଳେନ୍ଦ୍ରି ପଣ୍ଡା, ଡ.ନିରୁପମା ବଡ଼ପଣ୍ଡା,ଡାକ୍ତର ଜୟଦେବ ମେହେର, ତଥା ଶ୍ରୀ ଉଦିତ ଚନ୍ଦ୍ର ପlଟ୍ଟଯୋଶୀ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଗ୍ରନ୍ଥlଗlରର ସଭ୍ୟ ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମ-ସଂଯୋଜକ

ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ. ଗିରିଧାରୀ ହୋତା ଓ ଶ୍ରୀ ପୃଥ୍ଵୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।