September 28, 2026

ଛଞ୍ଚାଣବାହେଲିରେ ଦଣ୍ଡପାଟ ଅଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ସଂକଳ୍ପ

IMG-20260928-WA0019
Share

(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ “ଉପାନ୍ତ ଖବର”)

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହେଲି ଧାନ ମଣ୍ଡି ଠାରେ ଦଣ୍ଡପାଟ ଅଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ପବିତ୍ର ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଏହି ଶୁଭ ଅବସରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରିତ ହୋଇ ପରସ୍ପରକୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଆଞ୍ଚଳିକ ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ସାରସ୍ବତ କାର୍ଯ୍ୟକ୍ରମରେ ଦଣ୍ଡପାଟ ଅଞ୍ଚଳର ସମସ୍ତ ବରିଷ୍ଠ ଓ ଯୁବ ସାମ୍ବାଦିକ ସାମିଲ ହୋଇଥିଲେ। ବୈଠକ ପ୍ରାରମ୍ଭରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଜୁହାର ଭେଟ ହେବା ସହ ସଂସ୍କୃତି ଓ ପରମ୍ପରାର ରକ୍ଷା ନେଇ ଆଲୋଚନା କରିଥିଲେ। ଦୈନନ୍ଦିନ ଖବର ସଂଗ୍ରହର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ସାମ୍ବାଦିକମାନେ ଏହି ପାରିବାରିକ ମାହୋଲରେ ଭାତୃଭାବର ବାର୍ତ୍ତା ବାଣ୍ଟିଥିଲେ।ଉତ୍ସବ ମଧ୍ୟରେ ଅଞ୍ଚଳର ବିଭିନ୍ନ ଜ୍ୱଳନ୍ତ ଓ ମୌଳିକ ସମସ୍ୟାକୁ ନେଇ ଏକ ବୌଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ସକାଳ ପ୍ରତିନିଧି ଆଶୁତୋଷ ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ସୁବାସ ବାଗ, ସାମ୍ବାଦିକ ଖଗପତି ନାଏକ, ପଦ୍ମନ ବେମାଲ ଯୋଗ ଦେଇ ସାମ୍ବାଦିକମାନେ ମିଳିତ ଭାବେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ସମସ୍ୟା ଉପରେ ବ୍ୟାପକ ଭାବେ ଖବର ପ୍ରସାରଣ କରିବା ପାଇଁ ମତ ପ୍ରକାଶ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସ୍ୱର ସାଜି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ପାଇଁ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ଯଦୁମଣି ଦୁର୍ଗା,ଉପେନ୍ଦ୍ର ନାଏକ, ଦିଲୀପ ଦୁରିଆ,ଚିତ୍ତରଞ୍ଜନ ନାଏକ, ରାଜେଶ ନାଏକ,ହୁକିମ ବିଶି, ଖଗପତି ନାଏକ,ଏବଂ ପ୍ରଦୀପ ସେଠିଆ,ଆମୋଜ ଧରୁଆ, ଉଦିତ ଠାକୁର,ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳ ର ବିକାଶରେ ଗଣମାଧ୍ୟମରେ ସକାରାତ୍ମକ ଭୂମିକା ରହିବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ,କାର୍ଯ୍ୟକ୍ରମକୁ ରୁପେନ୍ଦ୍ର ସୁନାନି ପରିଚାଳନା ତଥା ସଫଳ କରିବାରେ ପ୍ରମୁଖ ସହଯୋଗ କରିଥିବା ବେଳେ ଅଞ୍ଚଳର ବିକାଶ ପାଇଁ ସାମ୍ବାଦିକ ସଂଘ ସଦାସର୍ବଦା କାର୍ଯ୍ୟ କରିବ ବୋଲି ଶେଷରେ ଦୃଢ଼ୋକ୍ତି ପ୍ରକାଶ ପାଇଛି।” ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ରିପୋର୍ଟ”ଉପାନ୍ତ ଖବର “