August 26, 2026

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକ୍ ଡ୍ରିଲ

IMG-20230619-WA0011
Share

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକ୍ ଡ୍ରିଲ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ବିକ୍ରମପୁର ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ଆଜି ଗୁଣୁପୁର ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ସୁରକ୍ଷା ଦିଆଯାଇପାରେ, ଉଦ୍ଧାର କରାଯିବା ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଜୀବନ ମୂଲ୍ୟବାନ କେହି ବି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତାହତ ନ ହେବେ ଏହି କୌଶଳ କୁ ବିଭାଗୀୟ କର୍ମଚାରୀ ମାନେ ପ୍ରୟୋଗ କରି ଦେଖାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଶରତ ଚନ୍ଦ୍ର ନାୟକ, ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକେ ଯୋଗଦେଇ ଥିଲେ ।

You may have missed