June 6, 2026

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20230619-WA0035
Share

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୯/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଏସଆରସିଙ୍କ ପ୍ରତିନିଧି ଡେପୁଟି ଏସଆରସି: ଶ୍ରୀ ରବି ନାରାୟଣ ବାରିକଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସ୍ତରରେ ଏକ ବିପର୍ଯ୍ୟୟ ପରିଚାଳନା ମକଡ୍ରୀଲ ପ୍ରସ୍ତୁତି ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟ କ୍ରମରେ ଡେପୁଟି ଏସଆରସି ଶ୍ରୀ ରବିନାରାୟଣ ବାରୀକ ଯୋଗଦେଇ ସମ୍ବାବ୍ୟ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ କିଭଳି ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ସଜାଗ ରହିବା ସହ କାର୍ଯ୍ୟ କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୋମାଂଚଳ ଖମାରୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଏବଂ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେହୁରା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ଯଥା:- ବନ୍ୟା , ବାତ୍ୟା , ଭୂସ୍ଖଳନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟ ୟ ସମୟରେ ଜନ ସାଧାରଣଙ୍କ ଧନ ଜୀବନକୁ କିଭଳି ସମ୍ପୂର୍ଣ୍ଣ ଭାବେ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରା ଯାଇଥିଲା ।ଏହାର ମୁକାବିଲା କରିବା ଦିଗରେ ଆଲୋଚନା ବୈଠକରେ ଉପସ୍ଥିତ ଥିବା ପୋଲିସ , ଏନଡିଆରଏଫ, ଅଗ୍ନିଶମ, ସ୍ବାସ୍ଥ୍ୟ, ଶିକ୍ଷା , ବିଦ୍ୟୁତ, ଜଳସେଚନ, କୃଷି, ସାଧାରଣ ବଣ୍ଟନ, ପରିବହନ, ଗ୍ରାମ୍ୟ ଉନ୍ନୟନ, ବନବିଭାଗ, ପୂର୍ତ୍ତ, ସ୍ଥାନୀୟ କଲେଜ, ଜନସ୍ବାସ୍ଥ୍ୟ ଆଦି ପ୍ରମୁଖ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତି ସମୟରେ ନିଜ ବିଭାଗ ପକ୍ଷରୁ ମୁକାବିଲା ପାଇଁ କିଭଳି ପ୍ରସ୍ତୁତି ରହିଛନ୍ତି , ସେ ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ଉପସ୍ଥାପନ କରିଥିଲେ।ପ୍ରତି ବିଭାଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆବଶ୍ୟକ ସାମଗ୍ରୀ ସହ ମାନବ ସମ୍ବଳ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଡି:ଆର:ଆର: ଶ୍ରୀ ପ୍ରଦୋଷ କୁମାର ଶତପଥୀ ପ୍ରାରମ୍ଭିକ ସୂଚନା ରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

You may have missed