ବନ୍ୟାଞ୍ଚଳ ଲୋକଙ୍କୁ ବୋଟ ଯୋଗେ ଆଶ୍ରୟ ସ୍ଥଳ କୁ ନିଆଯାଉଛି.ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତ କୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି
କୋଟପାଡ= ଗତ ଦୁଇ ଦିନ ଧରି ଲୋଗାଣ ବର୍ଷା ଯୋଗୁଁ ବନ୍ୟା ଦୁଃଖ ନ ଲିଭୁଣୁ ଦ୍ୱିତୀୟ ବନ୍ୟା ଲୋଘୁଚାପ 3 ଦିନ ଲଗାଣବର୍ଷାରେ ବେହାଲ୍ କୋଟପାଡ଼ ଅଞ୍ଚଳ,ଯାତାୟାତ ଠପ୍ 5 ଟି ପଂଚାୟତ ର ପ୍ରାୟ 15 ଗାଁ ଜଳ ବନ୍ଦୀ ରେ l ପ୍ରଶାସନ ତରଫରୁ ବନ୍ୟା ପ୍ରଭାବିତ ଲୋକଙ୍କୁ କୋଟପାଡ଼ କଲ୍ୟାଣ ମଣ୍ଡପ କୁ ସୁରକ୍ଷିତ ସ୍ଥାନ ରେ ସ୍ଥାନାନ୍ତର ପ୍ରସା ସନ କରିଛି.କିନ୍ତୁ ସହର ରେ ପିନାଇଲ ଛିଞ୍ଚନ ସ୍ବପ୍ନ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା କୁ ନେଇ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି.ଗିର୍ଲା.ଠଗ ଦୂକଳାହାଣ୍ଡି ରାସ୍ତା ଠପ ହୋଇଯାଇଛି. ବିକ୍ରମ ପୁ୍ର ଗାଁ ଲୋକଙ୍କୁ ବୋଟ ଯୋଗ ଆଶ୍ରୟ ସ୍ଥଳ କୁ ନିଆଯାଉଛି.
ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ 4 ଟି ଗେଟ୍ ଖୋଲା ଯାଇଥିବା ବେଳେ ମୁଁରାନ୍ ଡ୍ୟାମ ର 2 ଟି ଗେଟ୍ ଖୋଲା ଯାଇଥିବା ଯୋଗୁଁ ଇନ୍ଦ୍ରlବତୀ ନଦୀ ଜଳ ସ୍ତରବୃଦ୍ଧି ପାଇ କୋଟପାଡ଼ ଅଞ୍ଚଳ ର 5 ଟି ପଂଚାୟତ ର ପ୍ରାୟ 15 ଟି ଗାଁ ଜଳ ବନ୍ଦୀ ଘେର ରେ ରହିଛି l କୋଟପାଡ଼ ଠାରୁ ଗୁଆଳି,ସଡ଼ରଙ୍ଗା,ବଣିଆ ମୁଖ୍ୟ ରାସ୍ତା ପାଣି ଭରିଯିବା ଯୋଗୁଁ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ l ପ୍ରଶାସନ ତରଫରୁ ଲୋକଙ୍କୁ ଟ୍ରାକ୍ଟଟର ଯୋଗେ ଉଦ୍ଧାର କରାଯାଉଛି l ସଡ୍ରଙ୍ଗl ରାସ୍ତା ରେ 10 ଫୁଟ ପାଣି। ପ୍ରଭାହିତ୍ ହେଉଥିବା ଯୋଗୁଁ। ଯାତୟାତ୍ ଠପ ହେଇ ଯାଇଛି ସେହିଁ ଭଳି ବଣି ଆ କୋଟପାଡ ରାସ୍ତା। ରେ 5 ଫୁଟ୍ ପାଣି ବହୁଛି, ଗୁମୁଡା, ବେଢା ଗୁଡା, ବେଲଗାଁ, ସିରିଶି, ପରିଞ୍ଜି, ବିକ୍ରମ ପୁର, ଖପୁରି ଗୁଡା, ଗ୍ରାମ ମାନଙ୍କ ରେ ମଧ୍ୟ ଜଳ ବନ୍ଦୀ ହୋଇଥିବା ଜଣା ପଡିଛି l କୋଟପାଡ଼ରେ ବର୍ଷା କମିଥିଲେ ସୁଦ୍ଧା,ପାଞ୍ଚ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖାଦେଇଛି l କିଛି ଘର ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ଗାଁ ର ଘର ଗୁଡିକ ରେ ବନ୍ୟା ଜଳ ପ୍ରବେଶ କରିଛି l 500 ରୁ ଉର୍ଦ୍ଧ ଲୋକଙ୍କୁ ପ୍ରଶାସନ ତରଫରୁ କୋଟପାଡ଼ କଲ୍ୟାଣ ମଣ୍ଡପ ରେ ଓ ଅନ୍ୟାନ୍ୟ ସ୍ଥାନରେ ୧ ହୋଜା ର ରୁ ଉର୍ଦ୍ଧ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଉଛି l ଓ ସେମାନଙ୍କୁ ରୋଷଇ ଖାଦ୍ୟ ଦିଆ ଯାଉଛି l ବନ୍ୟା ର କ୍ଷୟକ୍ଷତି ଆକଳନ ଚାଲିଛ , ବିଳମ୍ବିତ ରାତିରେ ହଠାତ ପାଣି ମାଡ଼ି ଆସିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି l ବ୍ଳକ ଓ ତହସିଲ ପ୍ରଶାସନ, ଓଡ୍ରାଫ ଓ କୋଟପାଡ଼ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖି ଛନ୍ତି l କୋରାପୁଟ୍ ଜିଲ୍ଲା ପାଳ ମନଜ ସତ୍ୟବାନ୍ ମୋହାଜନ , ଜୟପୁର ଉପଜ଼ିଲ୍ଲାପାଳ ଶୁଭ୍ରା ପଣ୍ଡା.ବି ଡି ଓ ସନ୍ଧ୍ୟା ରାଣୀ ସମରଥ, ତହସିଲଦାର ଟ୍ୱିଙ୍କିଲ ସେଠି. ଅତରିକ୍ତ ତହସିଲଦାର ସୁଶ୍ରୀ ଗୀତାଞ୍ଜଳି ଗଣ୍ଡ. ପର୍ଶୁରାମ ଭତରା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଗତ ଦୁଇ ଦିନ ଧରି ବନ୍ୟାଅଞ୍ଚଳ ପରିସ୍ଥିତି ଅନୁଧ୍ୟାନ କରି ସମସ୍ତ ସମସ୍ୟା ର ସମାଧାନ କରି ଥିବାର ଜଣା ଯାଇଛି. ରବିବାରମାନ୍ୟବର ମୁଖ୍ୟ ମନ୍ତ୍ରୀମୋହନ ଚରଣ ମାଝୀ ବନ୍ୟାଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟ କ୍ରମ ରହିଛି ବୋଲି ପ୍ରଶାସନ ପକ୍ଷ ରୁ ସୂଚନା ପ୍ରଦାନ କରାଯାଇ ଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.
