September 23, 2026

କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ୧୧ ତମ ଆୟୁର୍ବେଦ ଦିବସ ପାଳନ 

IMG-20260923-WA0026
Share

ବରଗଡ

ଅତାବିରା ବ୍ଲକ ଅଧିନ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ୧୧ ତମ ଆୟୁର୍ବେଦ ଦିବସ ପାଳନ କରାଯାଇଛି |

କରାଯାଇଛି l ପଞ୍ଚମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ସାଧାରଣ ସଭାରେ ଅଧ୍ୟକ୍ଷ ଭୀଷ୍ମଦେବ ରଣା ସ୍ୱାଗତ ସୂଚନା ସହ ଆୟୁର୍ବେଦ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କାଠଡେରାର ଚିକିତ୍ସକ ଡାକ୍ତର ରୁପେଶ ଅଗ୍ରୱାଲ ଆୟୁର୍ବେଦ ଚିକିତ୍ସାର ଉପକାରିତା ଏବଂ ଦୈନନ୍ଦିନ ଜୀବନରେ ଏହା ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ l ସାଧାରଣ ସଭାପରେ ଯୋଗାସନ ପ୍ରାଣାୟାମ ଶିକ୍ଷା ସହ ଶିକ୍ଷାକେନ୍ଦ୍ର ପରିସରରେ ଥିବା ଔଷଧୀୟ ବୃକ୍ଷ ଚି଼ହ୍ନଟ ସହ ତାହାର ଗୁଣଧର୍ମ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ l ଏହି ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା l ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କାଠଡେରାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କତାବଗା, ଲଚିଦା, ହିଲ୍ଲିପାଲି ଗ୍ରାମର ଆଶା ଦିଦି ଯଥାକ୍ରମେ ବିଷ୍ଣୁପ୍ରିୟା ପ୍ରଧାନ, ସନ୍ତୋଷିନୀ ସାହୁ, ପଦ୍ମିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷାକେନ୍ଦ୍ରର ଉପାଧ୍ୟକ୍ଷା ରୀନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l