September 23, 2026

ଧର୍ମପ୍ରାଣା ମହିଳା ଶାନ୍ତିସୁଧା ମହାପାତ୍ର ଙ୍କ ପରଲୋକ ରେ ଶୋକ ..

IMG-20260922-WA0112
Share

ତିର୍ତ୍ତୋଲ ତା 22/9/2026 ତିର୍ତ୍ତୋଲବ୍ଲକ, ତେନ୍ତୁଳିପଦା ପଞ୍ଚାୟତ ଅଧିନ, ରଥିପୁର ଗ୍ରାମର ଛାତ୍ରନେତା ଦେବୀପ୍ରସାଦ ମହାପାତ୍ର ଙ୍କ ମାଆ ତଥା ରମାକାନ୍ତ ମହାପାତ୍ର ( ଟୁନିଆ ) ଙ୍କ ସହଧର୍ମିଣୀ, ଶାନ୍ତିସୁଧା ମହାପାତ୍ର ( 72 ) ଙ୍କର ଏକ ସଡ଼କଦୁର୍ଘଟଣାରେ ଗୁରୁତ୍ତର ଆହତ ହେବାରୁ ପରଲୋକ ହୋଇଯାଇଛି l ସେ ଜଣେ ଆଦର୍ଶଗୃହିଣୀ, ଆଧ୍ୟାତ୍ମିକବାଦୀ, ପରୋପକାରୀ ଓ ଧର୍ମପ୍ରାଣା ମହିୟସୀ ମହିଳା ଥିବାରୁ ତାଙ୍କର ପରଲୋକ ଖବର ପ୍ରକାଶ ପାଇବା ପରେ, ତିର୍ତ୍ତୋଲଅଞ୍ଚଳ ର ବହୁ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତି, ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥିନିମନ୍ତେ ରଥିପୁର ଓ ସାରଳାରୋଡ଼ ର ସମସ୍ତ ଦୋକାନ ବଜାର ସ୍ୱତଃସ୍ପୁତ ଭାବରେ ମଙ୍ଗଳବାର ଦିନ ବନ୍ଦରହିଥିବାର ଦେଖିବାକୁ ମିଳିଥିଲା, ତିର୍ତ୍ତୋଲ କୁମାରତ୍ସବ କମିଟି ର ସଭାପତି ବିମଳ ମହାପାତ୍ର ଙ୍କ ସମେତ ବିଭିନ୍ନ ବଜାର କମିଟି ର କର୍ମକର୍ତ୍ତା, ବହୁ ଜନପ୍ରତିନିଧି ଓ ତିର୍ତ୍ତୋଲକଲେଜ ଠାରୁ ଆରମ୍ଭକରି ବହୁ ଶିକ୍ଷାନୁଷ୍ଠାନ ର ଶିକ୍ଷାଗୁରୁ, ଛାତ୍ରଛାତ୍ରୀ ମାନେ ସେଠାରେ ଉପସ୍ଥିତ ହୋଇ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମ୍ପନ୍ନ ହୋଇଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର