ଚୋରା ମଦ ବିରୋଧରେ ଅବକାରୀ ବିଭାଗର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ
କୋକସରା, (ଉପାନ୍ତ ଖବର)(ପ୍ରଦିପ ଭରାସଗରିଆ): ଚୋରା ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଚୋରା ମଦ କାରବାର ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଅବକାରୀ ବିଭାଗ ପକ୍ଷରୁ କୋକସରା ଥାନା ଅଞ୍ଚଳ କାଉଡୋଲା ଗ୍ରାମରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ କାଉଡୋଲା ଗ୍ରାମର ରୁଦ୍ର ଶତନାମୀ ଓ ଦିନବନ୍ଧୁ ମାଝୀ ବୋଲି ଜଣା ପଡିଛି । ଗିରଫ ଅଭିଯୁକ୍ତ ରୁଦ୍ର ଶତନାମୀଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ (OS Liquor) ସହ ୬.୫ ଲିଟର ବିୟର ଜବତ କରାଯାଇଥିବା ବେଳେ ଦିନବନ୍ଧୁ ମାଝୀଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ ହୋଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋକସରା JMFC ଅଦାଲତରେ ହାଜର କରାଯାଇଛି।ଏହି ଚଢ଼ାଉରେ ଅବକାରୀ ବିଭାଗର ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ, OIC ଗୁପ୍ତେଶ୍ୱର ପଟେଲ, କନଷ୍ଟେବଳ ଖୁସିଦେବ କଟା, ମହାଦେବ ମାଝୀ, ରବି ବାଗ, ଅରୁଣାକ୍ଷ୍ୟ ଧାଙ୍ଗଡ଼ା ମାଝୀ ଓ ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ଥିଲେ। ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରସଗରିଆଙ୍କ ରିପୋର୍ଟ “ଉପାନ୍ତ ଖବର”
