୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ ଉଦଘାଟିତ ( ମଞ୍ଚସ୍ଥ ହେଲା ନାଟକ “ପରେ କହିବି” )
ବାରିପଦା:-(ସଂଜୀବ କୁମାର ରଣଜିତ) ତା :-୨୨/୦୯/୨୬ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି I ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ଏହି ମହୋତ୍ସବର ଉଦଘାଟନ କରିବା ସହ ଏହାର ସଫଳତା କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରବୋଧ ରଥ ଯୋଗଦେଇ ନାଟକ ସମାଜର ବାସ୍ତବ ପ୍ରତିଫଳନ ବୋଲି ପ୍ରକାଶ କରିଥିଲେ I ଶ୍ରୀ ରଥଙ୍କୁ ମୟୁରଭଞ୍ଜ ମହା ସମ୍ମାନରେ ସମ୍ମାନିତ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମେଜର ଡ. କଳ୍ପନା ଦାଶ ଓ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ଉପସ୍ଥିତ ଥିଲେ I ଏହି ମହୋତ୍ସବରେ ଓଡିଶା ଓ ବାହାରୁ ମୋଟ ୧୬ଟି ନାଟ୍ୟସଂସ୍ଥା ଅଂଶଗ୍ରହଣ କରିଛନ୍ତି I ପ୍ରଥମ ସନ୍ଧ୍ୟାରେ ୭୫ ବାସ୍ତବ ପରିବାର ଗ୍ରୁପ ପ୍ରଯୋଜିତ ଏବଂ ଚିନ୍ମୟ ଦାସ ପଟ୍ଟନାୟକଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ “ପରେ କହିବି” ମଞ୍ଚସ୍ଥ ହୋଇଯାଇଛି I ନାଟକରେ ପ୍ରଦୀପ କିଶୋର ମହାନ୍ତି, ପ୍ରଦୀପ କୁମାର ପାଣିଗ୍ରାହୀ, ଚକ୍ରଧର ମହାପାତ୍ର, ଅଶୋକ ପଟ୍ଟନାୟକ, ଶାନ୍ତନୁ ପାଢ଼ୀ, ଶିଶିର ଲେଙ୍କା, ଜୟନ୍ତ ସେନାପତି, ଅରୁଣ ପାତ୍ର, ସର୍ବତୋଷ ଦାଶ, ରବି ମହାପାତ୍ର, ଯାମିନୀକାନ୍ତ ମାଲାକାର ଓ ଶିଶୁ କଳାକାର ଲତାଶା ଖୁରାନା ଅଭିନୟ କରିଥିବା ବେଳେ ମଞ୍ଚସଜ୍ଜାରେ ନରସିଂହ ବାରିକ ଓ ସଂଗୀତରେ ଦୁର୍ଗା ପାତ୍ର ଏବଂ ଆଲୋକରେ ଅଙ୍କେତ ସହଯୋଗ କରିଥିଲେ I ଏହି ଅବସରରେ ଇ. ପ୍ରଦୀପ କିଶୋର ମହାନ୍ତିଙ୍କ ଲିଖିତ ଗଳ୍ପ ସଂକଳନ “ଏକାକୀ ଆଳାପ” ଅତିଥିଙ୍କ ହାତରେ ଉନ୍ମୋଚିତ ହୋଇଥିଲା I ଆସନ୍ତା କାଲିର ୧ମ ନାଟକ ନାରୀ ଅଦ୍ଵିତ୍ୟା, ଭୁବନେଶ୍ୱର ପ୍ରଯୋଜିତ ନାଟକ “ନିଃସହାୟ” ଓ ୨ୟ ନାଟକ ତା ପରେ ଆମେ, ବାରିପଦା ପ୍ରଯୋଜିତ ନାଟକ “ସୁରେନ୍ଦ୍ର ସାଏଙ୍କ ନିଶ” ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
