ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଏନ୍ ଆର୍ ଟି ଏସ୍ ପରୀକ୍ଷା ଅନୁଷ୍ଠିତ
ବେଗୁନିଆ,( ଉପାନ୍ତ ଖବର ମାନସ ରଞ୍ଜନ କର )ତା. ୨୨/୦୯ : ବେଗୁନିଆ ବ୍ଲକ୍ ର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଏନ୍ ଆର୍ ଟି ଏସ୍ ପରୀକ୍ଷା ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ସୁପରିଣ୍ଟେଣ୍ଡେଣ୍ଟ, ସୌମ୍ୟରଞ୍ଜନ ସାହୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଏବଂ ବେଗୁନିଆ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ସେଠୀ ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଠାରେ ପରୀକ୍ଷା ଦେବାକୁ ଥିବା ୧୯୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ଉପସ୍ଥିତ ଥିଲେ । ପରୀକ୍ଷାର୍ଥୀ ମାନେ ୯ ଘଟିକାରେ ପରୀକ୍ଷା କୋଠରୀରେ ପ୍ରବେଶ କରିଥିଲେ । ପରୀକ୍ଷା ପୂର୍ବାହ୍ନ ୧୦ ଘଟିକାରୁ ଆରମ୍ଭ ହୋଇ ୧୨ ଘଟିକାରେ ସମାପ୍ତ ହୋଇଥିଲା । ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ , ରିଶ୍ମାରଶ୍ମି ପାଇକରାୟ , ଲକ୍ଷ୍ମୀପ୍ରିୟା ତ୍ରିପାଠୀ , ଆଶା ମୁର୍ମୁ , ମୋହିନୀ କାନ୍ତି ଦାସ , ସୁନୀତା ପୃଷ୍ଟି ଓ ଶିକ୍ଷକ ପ୍ରଭାତ କୁମାର ନିଶଙ୍କ , ସୂର୍ଯ୍ୟକାନ୍ତ ମହାପାତ୍ର , ଶ୍ରୀକାନ୍ତ ପଣ୍ଡା , ହିମାଂଶୁ ଭୂଷଣ ସ୍ୱାଇଁ ନିରୀକ୍ଷକ ରୂପେ କାର୍ଯ୍ୟ କରିଥିଲେ । କନିଷ୍ଠ ସହାୟିକା କିରଣବାଳା ଜେନାଙ୍କ ସମେତ ବିରଞ୍ଚି ନାରାୟଣ ସାହୁ , ସନ୍ତୋଷ କୁମାର ଗୁମାନସିଂ , ବିଶ୍ୱ ରଞ୍ଜନ ପରିଡ଼ା ପରୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ । ୩ ଜଣ ପୋଲିସ କର୍ମଚାରୀ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହୋଇଥିଲେ । ଶୃଙ୍ଖଳାର ସହିତ ଉକ୍ତ ପରୀକ୍ଷା କାର୍ଯ୍ୟ ସମାପନ ହୋଇଥିଲା ।
