ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର
ସମ୍ବଲପୁର, ୨୨. ୦୯:ଗତ ୩ ଦିନଧରି ନିଖୋଜ ହୋଇଥିବା ଜଣେ ଯୁବକର ଗଳିତ ଶବ ଆଜି ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ପଞ୍ଚାୟତର ଗିରିପାଲି ସ୍ଥିତ ଏକ କ୍ରସର ନିକଟରୁ ସଦର ପୋଲିସ ଉଦ୍ଧାର କରିଛି।
ମିଳିଥିବା ତଥ୍ୟ ଅନୁସାରେ ସଦର ଥାନା ଅନ୍ତର୍ଗତ କବରାପାଲି ଗାଁର ଭୁକ୍ତା ମିର୍ଦ୍ଧା ଙ୍କ ୪୦ ବର୍ଷୀୟ ପୁଅ କିଶୋର ମିର୍ଦ୍ଧା ଗତ ଶନିବାର ରାତିରୁ ନିଖୋଜ ଥିଲେ। ଏସଂକ୍ରାନ୍ତରେ ପରିବାର ପକ୍ଷରୁ ସଦର ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ସଦର ଥାନା ପକ୍ଷରୁ ଏହାର ତଦନ୍ତ ଚାଲିଥିବା ବେଳେ ଗତ ରାତିରେ ତୁରୀପଡାର ଡେଭିଡ ନାମକ ଜୈନେକ ଯୁବକକୁ ପୋଲିସ ସନ୍ଧେହରେ ନେଇଥିଲା।ତଦନ୍ତ ବେଳେ ସତ ସାମ୍ନାକୁ ଆସିଥିଲା।ଡେଭିଡର ସୂଚନା ଆଧାରରେ ଆଜି ସଦର ପୋଲିସ ଗିରିପାଲିର ଏକ କ୍ରସର ନିକଟରୁ କିଶୋରଙ୍କ ଗଳିତ ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବୁର୍ଲା ଭୀମସାରକୁ ପଠାଯାଇଛି। ସେପଟେ ଡେଭିଡକୁ ପୋଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି। ଏଠାରେ ସୂଚନା ଯୋଗ୍ୟଯେ ନିଖୋଜ ପୂର୍ବଦିନ ମୃତ କିଶୋର ଜୟନ୍ତପୁର ସୋସାଇଟି ରୁ କିଛି ଟଙ୍କା ନେଇଥିଲେ। ଏହି ଅର୍ଥ ପ୍ରଲୋଭନରେ କିଶୋରଙ୍କୁ ହତ୍ୟା କରାଯାଇଥିବା ଓ ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଆଲୋଚନା ହେଉଛି। କିଶୋର ବ୍ୟବହାର କରୁଥିବା ଗାଡିଟି ପିପିଲିପାଲିରରେ ଥିବା ଜଣାପଡିଛି।
