September 22, 2026

ପିଇଓଙ୍କ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

IMG-20260922-WA0054
Share

 

 

ବରଗଡ,ତା ୨୨/୯

 

ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମ ପଞ୍ଚାୟତର ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। କନ୍ଦାଗାଡ଼ସ୍ଥିତ ତାଙ୍କ ପୈତୃକ ଘର, କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।

 

ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା, ଲକ୍ଷାଧିକ ଟଙ୍କାର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି। ତେବେ ଜବତ ସାମଗ୍ରୀର ସମ୍ପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଅଧିକାରିକ ଭାବେ ପ୍ରକାଶ କରାଯାଇନାହିଁ।

 

ସୂଚନା ଅନୁସାରେ, ଗାଇସିଲେଟ ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଇ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ କିଛି ପିଇଓଙ୍କ ଭୂମିକା ଥିବା ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

 

ଏହି ଚଢ଼ାଉ ଓ ତଦନ୍ତ ଜରିଆରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରାଯାଉଛି।

You may have missed