ଆଜିର ଖବର..
୧-ଭୁବନେଶ୍ୱର:ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ନେବ ଅବପାତର ରୂପ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି।
୨-ଓଡ଼ିଶାରେ SIR ଶେଷ, ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା।ଚୂଡ଼ାନ୍ତ ତାଲିକା ଅନୁସାରେ ରାଜ୍ୟରେ ବର୍ତମାନ ମୋଟ ୩,୧୬,୩୨,୭୫୪ ଜଣ ଭୋଟର ରହିଛନ୍ତି।
୩-ଆଜିଠୁ ଆରମ୍ଭ ହେବ ବିଧାନସଭାର ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ।ବିଧାନ ସଭା ବାହାରେ ଜମିଲାଣି ୧୪ ସଂଗଠନର ବିକ୍ଷୋଭ ପ୍ରତିବାଦ।
୪-ସେପ୍ଟେମ୍ବର ୨୭ରୁ ୨୯ ଯାଏ ‘ଅଙ୍ଗନ ଉତ୍ସବ’, ପ୍ରସ୍ତୁତି ନେଇ ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ।
୫-ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ନୂତନ ଏବଂ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ।
୬-ରାଜଧାନୀରୁ ହଟିବ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ , ଏଜି ଛକରୁ ହାଉସିଂ ବୋର୍ଡ ଛକ ହେବ ନୋ ହୋର୍ଡିଂ ଜୋନ୍।
୭-ଆସୁଛି ପାର୍ବଣ, ଆସୁଛି ଆନନ୍ଦ, ଆସୁଛନ୍ତି ମାଆ; ମନେ ପକାଇ ଦେଲାଣି କାଶତଣ୍ଡୀ ଫୁଲ।
୮-ନୂଆପଲ୍ଲୀ ଦୁର୍ଗା ପୂଜା: ଭାଟିକାନ ସିଟି ତୋରଣରେ ବିରାଜିବେ ମାଁ।
୯-ଫୁଲବାଣୀ:୨୩ ଓ ୨୪ରେ ବନ୍ଦ ରହିବ କଳିଙ୍ଗ ଘାଟି; ଭୂସ୍ଖଳନ ଆଶଙ୍କାରେ ଯାନଚଳାଚଳ ଉପରେ କଟକଣା।
୧୦-ଭୁବନେଶ୍ୱର,କୋଳଥିଆ: ଫେସବୁକ ଲାଇଭ୍ ରୁ ତୁମୁଳକାଣ୍ଡ, ଗୁଳି ଫୁଟାଇ ରାତି ଅଧିଆ ଆତଙ୍କ, ଗଣେଶ ପୂଜା ମଣ୍ଡପରେ କଲେ ଭଙ୍ଗାରୁଜା।
୧୧-ରାଜନଗର:ଧସିଲା ବ୍ରାହ୍ମଣୀ ନଦୀ ବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ, ୧୨ ଟି ଗାଁର ଲୋକେ ଆତଙ୍କିତ।
୧୨-ନବରଙ୍ଗପୁର:ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍।ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ ।
୧୩-ନନ୍ଦନକାନନ:ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍, ନନ୍ଦନକାନନରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଖାଦ୍ୟରେ ହେଲା ପରିବର୍ତ୍ତନ।
୧୪-ଗଜପତି:ବାତ୍ୟା ଆଶଙ୍କା,ହେଡକ୍ୱାର୍ଟର୍ସ ଛାଡ଼ିବେନି ଅଧିକାରୀ, ୨୪ ଯାଏଁ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି।ପୁରୀରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ଜଗତସିଂହପୁରରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍ ବନ୍ଦ ରହିବ ଆଜି।
୧୫-ଓଡ଼ିଆରେ CJP ନେତା ସୈ।ରଭ ଦାସ, ସ୍କୁଲ ବୁଲିଲେ, ନବନିର୍ମାଣ ଯୁବ ଛାତ୍ର ସଂଗଠନର ଅନଶନ ସତ୍ୟାଗ୍ରହକୁ ସମର୍ଥନ ଜଣାଇଲେ।
୧୬-କଟକ: ବର୍ଷାରେ ବିଜୟ ଛଡ଼ାଇନେଲା ଭୁବନେଶ୍ୱର ଟାଇଗର୍ସ। ବର୍ଷା ଯୋଗୁଁ ସମ୍ବଲପୁର ରାଉରକେଲା ମ୍ୟାଚ୍ ସ୍ଥଗିତ।
୧୭-କୋଣାର୍କ ଉପକୂଳରୁ ମାତ୍ର ୪୩ କିଲୋମିଟର ଦୂରରେ ପ୍ରାକୃତିକ ଗ୍ୟାସର ଭଣ୍ଡାର, ସନ୍ଧାନ ପାଇଲା ONGC।
୧୮-ଏସୀୟ କ୍ରିଡ଼ା, ମହିଳା କ୍ରିକେଟ:ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଫାଇନାଲ ମ୍ୟାଚ୍।
୧୯-ରାଞ୍ଚି:ଟ୍ରେନ୍ ୮ ଘଣ୍ଟା ୪୮ ମିନିଟ୍ ବିଳମ୍ବ, ରେଲୱେକୁ ଫାଇନ୍; ଯାତ୍ରୀଙ୍କୁ ୩୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ।
୨୦-ରାମ ମନ୍ଦିର ଦାନ ଚୋରି ମାମଲା: ୧୦୫ ଘଟଣା ସିସିଟିଭିରେ କଏଦ୍, ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ।
୨୧-କାନାଡାରେ ବିମାନ ଉଡାଣ ତାଲିମ ବେଳେ ଦୁର୍ଘଟଣା,୨ ଭାରତୀୟ ଛାତ୍ର ମୃତ !
ଆୟୁର୍ବେଦର ବିକଳ୍ପ ନାହିଁ
ସ୍ୱାସ୍ଥ୍ୟ ହେଉଛି ଆମର ବଡ଼ ସମ୍ପଦ।
ରୋଗ ନୁହେଁ, ପୂର୍ବ ପ୍ରତିକାର
ଲକ୍ଷଣ ପ୍ରକାଶ ପାଇଲେ, ଅବହେଳା ନୁହେଁ, ନିଜ ବିଶ୍ୱାସ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଔଷଧ ଅପେକ୍ଷା ପରାମର୍ଶ ଜୀବନ ପାଇଁ ଅଧିକ ସୁରକ୍ଷା ଦେଇଥାଏ।
ଆସ ସଚେତନ ହେବା, ନିଜ ଜୀବନକୁ ସୁରକ୍ଷା ଦେବା।
