September 21, 2026

ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି..

IMG-20260921-WA0007
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଦୀର୍ଘ ଚଉଦ ଦିନ ଧରି ଲୋୟର ପିଏମଜିରେ ଯୋଗାଣ ସହାୟକ ସଂଘ ତରଫରୁ ଚାଲିଥିବା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଅନ୍ୟ ନେତୃବୃନ୍ଦ ଆନ୍ଦୋଳନକାରୀଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। ଇତ୍ୟବସରରେ ରାଜ୍ୟ ଯୋଗାଣ ସହାୟକ ସଂଘର ସମସ୍ତ ସଦସ୍ୟବୃନ୍ଦଙ୍କ ସହ ଶ୍ରୀ ମହାପାତ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆଗାମୀ ଦିନରେ କିପରି ସେମାନଙ୍କର ଦାବି ପୂରଣ ନିମନ୍ତେ ଦଳ ତରଫରୁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରାଯାଇ ପାରିବ ସେଥିନେଇ ଆଲୋକପାତ କରିଥିଲେ। ସରକାରଙ୍କ ଦ୍ଵାରା ସ୍ଥିରୀକୃତ ସର୍ବନିମ୍ନ ମଜୁରୀଠୁ କମ ଦରରେ ରାଜ୍ୟ ଯୋଗାଣ କର୍ମଚାରୀଙ୍କ ଦୀର୍ଘ ବର୍ଷଧରି ମାତ୍ର ଆଠ ହଜାର ଟଙ୍କାରେ କାମ କରୁଥିବା ଘଟଣାକୁ ଆପ୍ ସଭାପତି ସରକାରଙ୍କୁ କଟୁ ସମାଲୋଚନା କରିବା ସହ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଏବଂ ସେମାନଙ୍କର ଚାକିରି ସର୍ତ୍ତାବଳି ଓ ଚାକିରୀ ସ୍ଥାୟୀକରଣ ତୁରନ୍ତ କରିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ପ୍ରତ୍ୟେକ ପଞ୍ଚାୟତରେ ବର୍ଷ ତମାମ୍ ଯୋଗାଣ ସେବାକୁ ଠିକ୍ ଭାବରେ ଲୋକଙ୍କ ନିକଟରେ ପହଞ୍ଚାଉଥିବା ରାଜ୍ୟ ଯୋଗାଣ କର୍ମଚାରୀମାନଙ୍କର ଦାବୀକୁ ସରକାର ତ୍ୱରିତ ସମାଧାନ କରିବାକୁ ଶ୍ରୀ ମହାପାତ୍ର ଆହ୍ଵାନ ଜଣାଇଥିଲେ। ଦାବୀ ପୂରଣ ନ ହେବା ଯାଏଁ କର୍ମଚାରୀ ସଂଘର ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ରାଜ୍ୟସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଘୋଷଣା କରିଥିଲେ।ଏହି ଅବସରରେ ରାଜ୍ୟ ସଂଗଠନର ଅନେକ ନେତୃବୃନ୍ଦ ଉପସ୍ଥିତ ରହି ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ। ଆମ୍ ଆଦମୀ ପାର୍ଟିର ସମର୍ଥନ ଓ ସହଯୋଗ ପାଇ ରାଜ୍ୟ ଯୋଗାଣ ସହାୟକ କର୍ମଚାରୀ ସଂଘର ସଭାପତି ଶ୍ରୀ ସଞ୍ଜୀବ ଦାସ୍ ଖୁସି ପ୍ରକଟ କରିବା ସହ ସଂଘ ତତଫରୁ କୃତଜ୍ଞତା ଜ୍ଞାପନ କରିଥିଲେ।