September 20, 2026

ମହାନଦୀରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର….

IMG-20260920-WA0003
Share

 

 

ତିର୍ତୋଲ , ୧୯/୯

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଓଳଗଦା ଗ୍ରାମ ନିକଟ ମହାନଦୀରୁ ଶନିବାର ଦିନ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ଘଟଣା କୁ ନେଇ ତିର୍ତ୍ତୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ-୩୪, ତା- ୧୯/୦୯/୨୦୨୬ ରେ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ପୋଷାକରୁ ତାଙ୍କ ପରିଚୟ ସମ୍ପର୍କରେ ସୁରାକ ମିଳିଛି । ମୃତଦେହ ରେ ଧୂସର ରଙ୍ଗର ଜିନ୍ସ ପ୍ୟାଣ୍ଟ, କମଳା ରଙ୍ଗର ବେଲ୍ଟ, ଧଳା ରଙ୍ଗର ଗଞ୍ଜି ଏବଂ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଜିନ୍ସ ପ୍ୟାଣ୍ଟର ପଛ ପକେଟ୍‌ରୁ ଏକ ଆଧାର କାର୍ଡ ମିଳିଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ଆଧାର କାର୍ଡରେ ନାମ,ଦର୍ଶନ କୁମାର, ବୟସ ପ୍ରାୟ ୨୭ ବର୍ଷ ଏବଂ ବାପାଙ୍କ ନାମ କନେହ୍ୟା ପାସୱାନ ବୋଲି ଉଲ୍ଲେଖ ରହିଛି । ଠିକଣା ଭାବେ ଦିପୋଟି ପୁରନ୍ଦରେ, ୱାର୍ଡ ନଂ-୦୧, ମୋଗଲିଆ ପୁରନ୍ଦାହା, ପୁର୍ଣ୍ଣିଆ, ବିହାର-୮୫୪୨୦୨ ଦର୍ଶାଯାଇଛି । ତେବେ ମୃତଦେହର ପ୍ରକୃତ ପରିଚୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନାହିଁ । ଆଧାର କାର୍ଡରେ ଥିବା ତଥ୍ୟ ସହ ଅନ୍ୟାନ୍ୟ ଉପାୟରେ ମୃତକଙ୍କ ପରିଚୟ ଯାଞ୍ଚ କରାଯାଉଛି । ମୃତଦେହ ମହାନଦୀରେ କେଉଁ ପରିସ୍ଥିତିରେ ଆସିଲା ଏବଂ ଘଟଣା ପଛରେ କୌଣସି କାରଣ ରହିଛି କି ନାହିଁ, ସେନେଇ ତିର୍ତ୍ତୋଲ ପୋଲିସ ତଦନ୍ତ ଜାରି ରଖିଛି ।