ମୋଦୀଙ୍କ ଜନ୍ମଦିନରେ ନମଖ୍ୟୁଙ୍ଗ ମନ୍ଦିରରେ ଦୀପ ପ୍ରଜ୍ୱଳନ

ମୋହନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ପାଞ୍ଚାଆମ୍ବସ୍ଥିତ ନମଖ୍ୟୁଙ୍ଗ ମନ୍ଦିର ପରିସରରେ ଚନ୍ଦ୍ରଗିରି ବିଜେପି ମଣ୍ଡଳ ପକ୍ଷରୁ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ବିଜେପି କାର୍ଯ୍ୟକର୍ତ୍ତାମାନେ ଦୀପ ପ୍ରଜ୍ୱଳନ କରିଥିଲେ। କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେପି ଉପସଭାପତି ଶିବରାମ ମହାଙ୍କୁଡ଼, ଜିଲ୍ଲା ସାଧାରଣ ସମ୍ପାଦକ ଅମ୍ବିକା ପ୍ରସାଦ ଘଡ଼େଇ, ଚନ୍ଦ୍ରଗିରି ମଣ୍ଡଳ ସଭାପତି ତପନ କୁମାର ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରମେଶ ଚନ୍ଦ୍ର ମାଝୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଏଥିରେ ନମଖ୍ୟୁଙ୍ଗ ମନ୍ଦିରର ମୁଖ୍ୟ ମହିଳା ସନ୍ନ୍ୟାସିନୀ ତ୍ସେରିଂ ଡୋଲ୍ମାଙ୍କ ସମେତ ଶତାଧିକ ତିବ୍ବତୀୟ ମହିଳା ସନ୍ନ୍ୟାସିନୀ ଓ ଧର୍ମାବଲମ୍ବୀ ଉପସ୍ଥିତ ଥିଲେ। ଦୀପ ପ୍ରଜ୍ୱଳନ ସହ ପ୍ରାର୍ଥନା କରାଯାଇଥିବା ବେଳେ ମନ୍ଦିର ପରିସରରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା।
