ଅସ୍ତରଙ୍ଗ ରେ ବିଶ୍ଵକର୍ମା ପୂଜା
ଅସ୍ତରଙ୍ଗ, ଅସ୍ତରଙ୍ଗ ବଜାର ସମେତ ତାର ଆଖ ପାଖ ଅଞ୍ଚଳ ରେ ବିଶ୍ୱ ନିର୍ମାଣ ର ବିନ୍ଧାଣି ବାବା ବିଶ୍ଵକର୍ମା ଙ୍କ ପୂଜା ଛୋଟ, ବଡ଼ କଳ କାରଖାନା, ଗ୍ୟାରେଜ, ମହାରଣା ସଂପ୍ରଦାୟ ଆଦି ବ୍ୟକ୍ତି ଙ୍କ ଠାରେ ଦେଖିବାକୁ ମିଳିଛି l ସେହିପରି ଅସ୍ତରଙ୍ଗ ର ବିଦୁତ ବିଭାଗ ତରଫରୁ ବହୁ ଧୁମ ଧାମ ରେ ବାବା ବିଶ୍ଵକର୍ମା ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦୁତ ବିଭାଗ ନିର୍ବାହୀ ଅଧିକାରୀ ସିବବ୍ରତ ନାୟକ, କନିଷ୍ଠ ଯନ୍ତ୍ରୀ ସୌମ୍ୟ କର,ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସୁ ଚାରୁ ରୂପେ ସମାପନ କରିଥିବା ବେଳେ, ରାକେଶ ସାହୁ, ଶୁଭେନ୍ଦୁ ବେହେରା, ମିଟୁ ସାହୁ, ସୁରେନ୍ଦ୍ର ବେହେରା, ଆର୍ତ୍ତବନ୍ଧୁ ମଲିକ ପ୍ରମୁଖ ସହଯୋଗ କରି ଯନ୍ତ୍ରୀ ଙ୍କ ସମେତ ପୁଷ୍ପାଞ୍ଜଳି ଅର୍ପଣ କରି ଥିଲେ l ସେହିପରି ଆର ଡ଼ବ୍ଲୁ ଏସ ଏସ, ଵା ପାନୀୟଜଳ ବିଭାଗ, ର ବ୍ଲକ ମୁଖ୍ୟଯନ୍ତ୍ରୀ ସତ୍ୟସୁନ୍ଦର ମହାନ୍ତି ଓ ସାଗର ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ୱଵଧାନ ରେ ବାବା ବିଶ୍ଵକର୍ମା ଙ୍କ ପୂଜା ମହା ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି l
ବିଦୁତ ବିଭାଗ ର ୩୦୦ରୁ ଉର୍ଦ୍ଦ ଜନତା ଙ୍କୁ ପ୍ରସାଦ ସେବନ ରେ ଆପାୟିତ କରା ଯାଇଥିଲା l
