September 17, 2026

ବରଗଡ଼ ଭଟଲି ଛକରେ ସଡ଼କ ଦୁର୍ଘଟଣାରେ ଆହତ ମହିଳାଙ୍କୁ ଚିକିତ୍ସାଲୟ ପହଞ୍ଚାଇଲେ ଚାଷୀନେତା ରମେଶ ମହାପାତ୍ର, ଚିକିତ୍ସାଲୟରେ ଲାଇନ ନଥିବାରୁ ଚିକିତ୍ସାରେ ଦେଖାଦେଲା ବାଧକ। 

IMG-20260917-WA0115
Share

 

ଦୁଃଖର ବିଷୟ କେତେ ଅସହାୟ ଆମେ, ଆଜି ପ୍ରାୟ ସକାଳ 9 ଘଣ୍ଟା ସମୟରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ବିଦ୍ୟୁତ ସେବା ବନ୍ଦ ରହିଛି କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟକୁ ଆସିଥିବା ବିଦ୍ୟୁତ ତାର ରାସ୍ତାରେ କଉଠି ଗୋଟେ ତାର ଛିଣ୍ଡି ଯାଇଛି, ଆଜି ବିଶ୍ଵକର୍ମା ପୂଜା ଏଣୁ କର୍ମଚାରୀ ନାହାନ୍ତି ଏଣୁ ମରାମତି ହୋଇପାରୁନାହିଁ, ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ବିଦ୍ୟୁତ ସେବା ବନ୍ଦ ଥିବାରୁ ଅନେକ ଜରୁରୀ ଚିକିତ୍ସା ହୋଇ ପାରୁନାହିଁ, କହିବା କାହାକୁ କହିଲେ ଶୁଣିବାକୁ କେହି ନାହାନ୍ତି, ଡ୍ରେସିଂଙ୍ଗ ରୁମ କର୍ମଚାରୀଙ୍କ ଠାରୁ ଜାଣିବାକୁ ପାଇଲି ଯେ ଆଜି ସକାଳୁ ପ୍ରାୟ 35 ଜଣ ଦୁର୍ଘଟଣା ଜନିତ ରୋଗୀ ଆସିଲେଣି ଅନେକ ଖଣ୍ଡିଆ ଖବରା ହୋଇଥିବା ବେଳେ ଜଣେ ମୃତ ହୋଇଛନ୍ତି ଓ ଚାରିଜଣଙ୍କ ହାଡ଼ ସମ୍ପୂର୍ଣ ଭାଙ୍ଗି ଯାଇଥିବାରୁ ପ୍ଳାଷ୍ଟର କରିଛନ୍ତି, ଅନେକଙ୍କୁ ତାମଧ୍ୟରୁ ଡାକ୍ତର X-Ray କରିବା ପାଈଁ ପରାମର୍ଶ ଦେଇଥିଲେ ମଧ୍ୟ ଲାଇନ ନଥିବାରୁ x-ray ହୋଇପାରୁନାହିଁ, ସମସ୍ତଙ୍କୁ ସାମାନ୍ୟ ଯନ୍ତ୍ରଣା, ଗେସ୍ଟିକ ଓ ଟିଟି ଇଞ୍ଜେକ୍ସନ ଦେଇ ଡ୍ରେସିଂଙ୍ଗ କରିଦେଇ ଅନ୍ୟତ୍ର ରେଫର କରାଯାଉଛି କି ଦୁଖଦଃ ସମସ୍ୟା। ଏସବୁ ଅବ୍ୟବସ୍ଥା କାରଣରୁ ରୋଗୀ ଘରୋଇ ଚିକିତ୍ସାଲୟ ଯିବାକୁ ବାଧ୍ୟ ହେଉଛନ୍ତି,

 

ଅନ୍ୟପଟେ ଉକ୍ତ ରୋଗୀଙ୍କୁ ଘରୋଇ ଚିକିତ୍ସାଲୟ ନେଇକି ଯିବା ମାତ୍ରେ ସେଠାରେ ବିଦ୍ୟୁତ ନଥିବା ସତ୍ୱେ ତାଙ୍କର ଏକ୍ସରେ ହୋଇଥିଲା, ମହିଳାଙ୍କ ଛାତି ହାଡ଼ ଭାଙ୍ଗି ଦୁଇଖଣ୍ଡ ହୋଇଥିବା ସତ୍ୱେ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ସାମାନ୍ୟ ଟିକେ ଛୁଇଁଲେ ବି ନାହିଁ…..କେବଳ କେଉଁ ସ୍ଥାନରେ ଦରଦ ହେଉଛି କହି ମେଡ଼ିସିନ, ଏକ୍ସରେ ଲେଖି ଛାଡିଦେଲେ ।

ତେବେ ଘରୋଇ ଚିକିତ୍ସା ଲୟରେ ଏକ୍ସରେ କରିବା ସମ୍ଭବ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କାହିଁକି ହୋଇ ପାରିଲା ନାହିଁ……

ସରକାର, ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ।

You may have missed