ବୁଗୁଡ଼ାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ..
ବୁଗୁଡା : ତା ୧୭/୦୯/୨୬ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ
କାର୍ଯାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ
ପୂଜା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି ।
ସ୍ନାନୀୟ ବାଘୁଆ ଜଳସେଚନ ଉପ-ବିଭାଜନ କାର୍ଯାଳୟରେ
ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହାସମାରୋହରେ
ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନୋଜ କୁମାର
ଦାଶ ପୁରୋହିତ ଭାବେ ଯୋଗ ଦେଇ ଯଥା ରୀତିନୀତି
ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କର୍ତ୍ତା
ଭାବେ ପ୍ରାକ୍ତନ କନିଷ୍ଠ ଯନ୍ତ୍ରୀ ପୂର୍ଣଚନ୍ଦ୍ର ପୁରୋହିତ
ଦାୟିତ୍ୱ ନିର୍ବାହ କରିଥିଲା ବେଳେ ବାଘୁଆ ଜଳଭଣ୍ଡାରରେ ସହକାରୀ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ବିଶ୍ବ ଜୀବନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ମଧ୍ୟ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହିପରି ନିକଟସ୍ଥ ଷୋଳମଇଲିଠାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁଙ୍କ ତତ୍ତ୍ବାବଧାନରେ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ବକାର୍ଯାଳୟ ପରିସରରେ ଭଗବାନ ବିଶ୍ବକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଘୁମୁସର ତାଲୁକା ବିଶ୍ବକର୍ମା ସମାଜ ପକ୍ଷରୁ ବାଲିପଦର ଗ୍ରାମସ୍ଥ ବିଶ୍ବକର୍ମା ଭବନ ପରିସରରେ ଠାକୁର ବିଶ୍ବକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏଥି ସହ ଆଦିପୁର ଗ୍ରାମସ୍ଥ ବିଶ୍ବକର୍ମା ମହାରଣା ସମାଜ, ସ୍ଥାନୀୟ ପ୍ଲମ୍ବର ଓ୍ବାର୍କମେନ୍ସ ଆସୋସିଏସନ, ତାରିଣୀ ମୋଟର୍ସ, ହରିଆନା ଷ୍ଟିଲ୍ ୱାର୍କ୍ସ , ଭାରତ ରେଫ୍ରିଜେସନ୍ ଏଣ୍ଡ ଇଲେକ୍ଟ୍ରିକାଲ୍ ୱାର୍କ୍ସ ଆଦି ପ୍ରତିଷ୍ଠାନ ସମେତ ବିଭିନ୍ନ ଯାନବାହାନ ଗ୍ୟାରେଜ ଏବଂ କଳକାରଖାନା ଗୁଡିକରେ ମଧ୍ୟ ବିଶ୍ବକର୍ମାଙ୍କ ପୂଜା ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।
