ଓଡିଶା ସାହିତ୍ୟ ଏକାଡେମୀ ଓ ସରିତା ସାହିତ୍ୟସଂସଦ ଆନୁକୂଲ୍ୟରେ, ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ
ତିର୍ତ୍ତୋଲ ତା 15/9/2026 ଜଗତସିଂହପୁରଜିଲ୍ଲା କୁଜଙ୍ଗବ୍ଲକ, ତାଳଦଣ୍ଡା ଠାକୁରବାଟି ରେ ଗତ ମଙ୍ଗଳବାର ଦିନ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ, ଓଡିଶା ସାହିତ୍ୟ ଏକାଡେମୀ ଓ ସରିତା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମ ଜଗନ୍ନାଥ ମିଶନ ର ଅଧ୍ୟକ୍ଷ କ୍ୟାପଟେନ ସଞ୍ଜିବ କୁମାର ମୁଦୁଲି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଜଗନ୍ନାଥ ଚେତନାରେ ନାରୀ ଶୀର୍ଷକ ଆଲୋଚନାଚକ୍ର ରେ ସ୍ୱତନ୍ତ୍ରଅତିଥି ଓ ଆଲୋଚକ ଭାବରେ ପ୍ରତାପ କୁମାର ମିଶ୍ର, ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଜାତା ଓତା,ଅଧ୍ୟାପକ ତଥା ବାଗ୍ମୀ ଉମାକାନ୍ତ ନାୟକ, ଗୀତିକାର ଓ କଣ୍ଠଶିଳ୍ପୀ ଜୀବନାନନ୍ଦ ଅଧିକାରୀ, ଜଗତସିଂହପୁର ସାଂସ୍କୃତିକ ପରିଷଦ ର କାର୍ଯକାରୀ ସଭାପତି ବିପ୍ଳବ ଚୌଧୁରୀ, ଓ ଟି ଭି ର ଉପସ୍ଥାପକ ଅଭିନନ୍ଦନ ଦାସ, ରାଷ୍ଟ୍ରପତି ପୁରସ୍କୃତ ଲେଖିକା ସୌଭାଗିନୀ ରାୟ, କବି ନଗେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଜନିଜର ସାରଗର୍ଭକ ଓ ତଥ୍ୟସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ନିମନ୍ତ୍ରିତ ଅତିଥିମାନଙ୍କୁ ମାଆ ସାରଳା ଙ୍କ ଅଙ୍ଗବସ୍ତ୍ର ଓ ପ୍ରସାଦ ଅର୍ପଣ କରିଥିଲେ l ଜଗନ୍ନାଥସଂସ୍କୃତି ର ଗବେଷକ ଡଃ ଭୁବନାନନ୍ଦ ଅଧିକାରୀ ଉପସ୍ଥାପନା ଓ ମଞ୍ଚପରିଚାଳନା କରିଥିବା ବେଳେ ଶତାଧିକ କବିକବୟିତ୍ରୀ ଓ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନିକ ଭାବେ ଉତ୍ତରୀୟ ଓ ଵୃକ୍ଷକୁଣ୍ଡ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ସରିତା ଦେବୀ ଙ୍କ ଜନ୍ମୋତ୍ସବ ପାଳନ ଅବସରରେ, ଜୀବନର ବାର୍ତ୍ତାବହ ସରିତା ନାମକ ଏକ ପୁସ୍ତକ କୁ ଅତିଥି ମାନଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା l ଏହି ଅବସରରେ ଜ୍ୟୋତି ଜଗନ୍ନାଥ କଳା ନିକେତନ ନାମକ ଏକ ନୃତ୍ୟ ସଙ୍ଗୀତ ଶିକ୍ଷାକେନ୍ଦ୍ର ର ଲୋକାର୍ପଣ ମଧ୍ୟ କରାଯାଇଥିଲା l ପରିଶେଷରେ ଲକ୍ଷ୍ମୀକାନ୍ତ ଭୂୟାଁ (କ୍ରିଷ୍ଣା ) ଓ ସାଥୀ ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ର ଆସର ସମସ୍ତଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
