ସାମ୍ବାଦିକ ଦେବୀପ୍ରସାଦ ଦାଶଙ୍କ ବିୟୋଗରେ ଶୋକସଭା
ବୁଗୁଡ଼ା :ତା ୧୨/୦୯/୨୬ : ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଉପସଭାପତି ତଥା ଶେରଗଡ଼ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ଦେବୀ ପ୍ରସାଦ ଦାଶ(୪୨)ଙ୍କ ଅକାଳ ବିୟୋଗରେ ବୁଗୁଡ଼ା ମିଡ଼ିଆ କ୍ଳବ ପକ୍ଷରୁ ସଭାପତି ଅନିଲ ପଟ୍ଟନାୟକଙ୍କ ପୌରୋହିତ୍ୟରେ ସମ୍ବାଦିକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସ୍ବର୍ଗତ ଦେବୀପ୍ରସାଦଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ସେ ଜଣେ ନିଷ୍ଠାବାନ,ପରୋପକାରୀ ଏବଂ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କର ଅକାଳ ବିୟୋଗରେ ସଙ୍ଘର ଅପୂରଣୀୟ କ୍ଷତି ଘଟିଲା ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିବା ସହ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଦାବୀ କରିଥିଲେ ଲ ଉକ୍ତ ଶୋକସଭାରେ ମିଡ଼ିଆ କ୍ଳବ ଉପଦେଷ୍ଟା କାଳୀ ଚରଣ ଦାଶ, ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, ସହସମ୍ପାଦକ ହରପ୍ରସାଦ ପାଢ଼ୀ, କୋଷାଧକ୍ଷ ବିଶ୍ବ ମୋହନ ମିଶ୍ର, ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ଉପସଭାପତି ମନୋରଞ୍ଜନ ଦାଶ ଓ ସଦସ୍ୟ ଶିବ ପ୍ରସାଦ ଦୋରା ଗଭୀର ଶୋକ ପ୍ରକାଶ କରିଥିଲେ।
