April 19, 2025

‌ଓଏସ୍ଇଏଫଡ଼ି ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଂଗଠନିକ ବୈଠକ।

Share

‌ଓଏସ୍ଇଏଫଡ଼ି ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଂଗଠନିକ ବୈଠକ।

ବୋଲଗଡ଼ ,୧୬/୦୬(ଉପାନ୍ତ ଓଡିଶା): ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ର ବିକାଶ ନିମନ୍ତେ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ର ବୈଠକ ଆଜି ବୋଲଗଡ଼ ଠାରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଜ୍ୟ କୋଷାଧ୍ୟକ୍ଷ ‌ରୌପ୍ୟରଂଜନ‌ ସାମନ୍ତରାୟ,ଜିଲ୍ଲା ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ପୂର୍ବ ‌
ଓଡ଼ିଶା ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ,
ସଂଗଠକ ଜ୍ୟୋତିରଂଜନ ବଳିୟାରସିଂହ ଯୋଗ ଦେଇ ‌ଜିଲ୍ଲା ରେ ସଂଗଠନ କୁ ମଜଭୁତ କରିବା ପାଇଁ ଆଲୋଚ଼ନା କରିଥିଲେ, ଏବଂ ପ୍ରତି ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ‌ଦେଇଛନ୍ତି।ସେହି ଅନୁସାରେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ର ମଧ୍ୟ ଅନ୍ୟ ମାନଙ୍କ ଭଳି ଶିକ୍ଷା ପାଇବାର ପୂର୍ଣ୍ଣ ଅଧିକାର ରହିଛି। ଏଣୁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ପାଇଁ ଶୀଘ୍ର ବିଜ୍ଞପ୍ତି ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିନମ୍ର ନିବେଦନ କରାଯାଇଛି।ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିପାରି ସମାଜ ର ମୁଖ୍ୟସ୍ରୋତ ରେ ସାମିଲ ହୋଇପାରିବା ସହ ଓଡ଼ିଶାର ୬୦୦୦ ରୁ ଅଧିକ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପକୃତ ହୋଇପାରିବେ। ଉକ୍ତ ବୈଠକରେ‌ ଲୋକଜିତ୍ ପରିଡ଼ା, ସନ୍ତୋଷ ପରିଡ଼ା,ସବନମ‌ ବେଗମ, ଅଭିଜିତ ଦାଶ,ପିନାରାଣୀ ବିଷୋୟୀ, ମନସ୍ବିନୀ ଦାଶ, ସ୍ୱାଗତିକା ପ୍ରଧାନ, ସୁରଭି ‌ପଣ୍ଡା, ଦେବଜାନୀ ବେହେରା ଙ୍କ ସମେତ ବହୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed