ବେଳମୁଣ୍ଡା ଗ୍ରାମରେ ବିଜୁ ଜନତା ଦଳ ର ନୂତନ ବୁଥ୍ କମିଟି ଗଠନ
ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେଳମୁଣ୍ଡା ଗ୍ରାମ ୯ ବୁଥ୍ ରେ ବିଜୁ ଜନତା ଦଳ ର ନୂତନ ବୁଥ୍ କମିଟି ଗଠନ ହୋଇଛି l ମେଲଛାମୁଣ୍ଡା ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା ଙ୍କ ନେତୃତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥଲା l ବୈଠକ ରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଭଗବାନ ସାହୁ, ଉପସଭାପତି ବାସୁଦେବ ସାହୁ, ସମ୍ପାଦକ ଲଳିତ ବାଗ, ସହ ସମ୍ପାଦକ ଲକ୍ଷ୍ମଣ ସାହୁ ଙ୍କୁ ମନୋନୀତ କରାଯାଇଥିଲା l ବେଳମୁଣ୍ଡା ଗ୍ରାମ ର ମିନିକେତନ ସାହୁ, ଓକିଲ ମହାନନ୍ଦ, ଜନ୍ମ ସାହୁ, ଗୁଣମଣୀ ପାଣ୍ଡେ, ନିର୍ମଳ ପାଣ୍ଡେ, ଭଲଭଦ୍ର ସାହୁ ବିଜୁ ପାଣ୍ଡେ ଓ ବିଜୁ ଜନତା ଦଳ ର ସମସ୍ତ ସଦସ୍ୟ ବୈଠକ ରେ ଉପସ୍ଥିତ ଥିଲେ l ଶେଷରେ ଶ୍ରୀଯୁକ୍ତ ପଣ୍ଡା ସମସ୍ତ କର୍ମୀ ଓ ସଭ୍ୟ ଙ୍କୁ ଧନ୍ୟବାଦ ଜଣାଇଥିଲେ l
