September 8, 2026

ରେଟାମୁଣ୍ଡା ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ୫୦ ତମ ପଞ୍ଚମ ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ, 

IMG-20260908-WA0037
Share

 

ବରପାଲି – ୮/୯ (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରେଟାମୁଣ୍ଡା ୟୁଥ୍ କ୍ଳବ ଆନୁକୁଲ୍ୟରେ ପଞ୍ଚମ ଦିବସୀୟ ୫୦ ତମ ସ୍ଵର୍ଣ୍ଣ ଜୟନ୍ତି ଫୁଟବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୱାର୍ଡ ମେମ୍ବର ସଭ୍ୟ ତ୍ରିଲୋଚନ ଶିକା, ସମାଜ ସେବୀ ଅଲେଖ ନାୟକ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ଉଦଘାଟନୀ ଦିବସରେ ବଜରଙ୍ଗ କ୍ଲବ, ଜମୂର୍ଡ଼ା, ବାଦିବାହାଲ, ସାହାଜବାହାଲ, ପ୍ରମୁଖଦଳ ଯୋଗଦେଇଥିଲେ l ବଜରଙ୍ଗ ଦଳ ପ୍ରଥମ ସେମି ଫାଇନାଲ କୁ ପ୍ରବେଶ ହୋଇଛି l ସମୀର ସାହୁ, ଅମିତ ସାହୁ, ଅନିଲ ଭୋଇ ଖେଳ ପରିଚାଳନା କରିଥିଲେ l ଏଥିରେ ୧୬ ଗୋଟି ଦଳ ଭାଗ ନେଇଛନ୍ତି l ଆସନ୍ତା ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଉଦଯାପିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l ଆସନ୍ତା ୯ ତାରିଖରେ ପ୍ରଥମ ମ୍ୟାଚ ବଲିଟିକ୍ରା ଓ ଭେଡେନ, ଦୂତିୟ ମ୍ୟାଚ ବରପାଲି ଓ ଚିଚିଣ୍ଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ ହୋଇଛି l