ବାହୁଢିଅ ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଘରୁ କାର ସମେତ ୫୪ଲକ୍ଷ୍ୟ ୮୦ହଜାର ଟଙ୍କା ଜବତ l
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ପଞ୍ଚାୟତ ବାହୁଡିହ ଗ୍ରାମ ର ବାସୁଦେବ ବିଶ୍ୱାଳ ଙ୍କ ଘରୁ ସୋମବାର ରାତ୍ର ୩ ଘଟିକା ସମୟ ରେ ଅସ୍ତରଙ୍ଗର ନୂଆଗଡ ମେରାଇନ ଥାନା ପୋଲିସ ଜବତ କରିଛି ନଗଦ ୫୪ ଲକ୍ଷ ୮୦ ହଜାର ଟଙ୍କା ଓ଼ ଏକ କଳା ରଙ୍ଗ ହୁଣ୍ଡାଇ ଔରା କାର। ସୋମବାର ରାତିରେ ନୂଆଗଡ ମେରାଇନ ପୋଲିସ ପୁରୀ କଣ୍ଟ୍ରୋଲରୁମ୍ ରୁ ଏକ ସୂଚନା ପାଇ ବାସୁଦେବ ଙ୍କ ଘରେ ଚଢ଼ାଉ କରି କାର ସହ ଟଙ୍କା କୁ ଭିଡ଼ିଓ ଗ୍ରାଫିଂ ମାଧ୍ୟମ ରେ ଜବତ କରି ଥିଲେ । ସୂଚନା ମୁତାବକ ଭୁବନେଶ୍ୱର ଲଷ୍ମୀସାଗର ଥାନା ଅଞ୍ଚଳ ର ଅବସର ପ୍ରାପ୍ତ ଯନ୍ତ୍ରୀ ଅଶୋକ କୁମାର ସାହୁ ଙ୍କ ଘରେ କାର୍ଯ୍ୟରତ ଥିବା ଅସ୍ତରଙ୍ଗ ବାହୁଢିଅ ଗ୍ରାମ ର ବିକାଶ ବିଶ୍ୱାଳ ମୋଟା ଅଙ୍କ ର ଟଙ୍କା ୬୪ଲକ୍ଷ ୮୦ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ l ଯାହାଙ୍କ ବିରୁଦ୍ଧରେ ଭୁବନେଶ୍ୱର ଲଷ୍ମୀସାଗର ଥାନା ରେ କେସ ନଂ ୬୪୨/୨୬ ରେ ଏକ ମାମଲା ରୁଜୁ ହୋଇଛି। ଖବର ଅନୁସାରେ ଶ୍ରୀ ସାହୁ,ତାଙ୍କ ଇପିଏଫ ଟଙ୍କା ଘରେ ରଖିଥିବା ବେଳେ ଅସ୍ତରଙ୍ଗ ବାହୁଢିଅ ଗ୍ରାମ ର ବିକାଶ ତାଙ୍କ ର କେୟାର ଟେକର ଭାବେ କାମ କରୁଥିବାରୁ ଲୋଭ ର ବଶବର୍ତ୍ତୀ ହେଉ କିମ୍ବା ଅନ୍ୟ କେଉଁ କାରଣ ରୁ ହେଉ ବିକାଶ ସେହି ଟଙ୍କା କୁ ଧରି ପଳେଇ ଆସି ନିଜ ଘରେ ଟଙ୍କା ଏବଂ କାର କୁ ଛାଡି ଫେରାର ହୋଇ ଯାଇଛନ୍ତି । ଲଷ୍ମୀସାଗର ଥାନା ଷ୍ଟାଫ ଓ଼ ନୂଆଗଡ ସାମୁଦ୍ରିକ ଥାନା ର ଅଧିକାରୀ ଅଚ୍ୟୁତା ନନ୍ଦ ବେହେରା ଙ୍କ ସହଯୋଗ ରେ ବର୍ତ୍ତମାନ ଅଭିଯୁକ୍ତ ଙ୍କୁ ଧରିବାକୁ ପୂର୍ଣ୍ଣ ପ୍ରୟାସ ଜାରୀ ରହିଥିବା ବେଳେ ନିମାପଡା ଏସଡ଼ିପିଓ ଜନାର୍ଦ୍ଦନ ପାଢ଼ୀ ଘଟଣାସ୍ଥଳ ରେ ପହଞ୍ଚି ଅଧିକ ଯାଞ୍ଚ କରିଥିବା ବେଳେ, ଜବତ ବେଳେ ୧୦ ଲକ୍ଷ୍ୟ ଟଙ୍କା କମ ଥିବା ଜଣା ପଡିଛି l
