September 8, 2026

କଟକ କମିସନରେଟ୍ ପୋଲିସ୍ ଜୋନ୍-୩ ଏସିପି ଭାବେ ପୁନର୍ବାର ଯୋଗ ଦେଲେ ଆଇପିଏସ୍ ଅନନ୍ୟା ଅୱସ୍ତି*

IMG-20260908-WA0000
Share

 ଭୁବନେଶ୍ୱର (ସୁଧାଂଶୁ ଶେଖର ପରିଡା ) କଟକ କମିସନରେଟ୍ ପୋଲିସର ଜୋନ୍-୩ ଏସିପି ଭାବେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି. ୨୦୨୨ ମସିହା ବ୍ୟାଚ୍ ର ଆଇପିଏସ୍ ଅଫିସର ଅନନ୍ୟା ଏହା ପୂର୍ବରୁ କଟକ ୟୁପିଡି ଏସିପି ଭାବେ କାର୍ଯ୍ୟ କରୁଥିଲେ. ପରେ ଗତ ମେ ୩୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତିଙ୍କ ଏଡିସି ଭାବେ ନିଯୁକ୍ତ ହୋଇଥିଲେ.ସେ ଓଡ଼ିଶାର ପ୍ରଥମ ମହିଳା ଏଡିସି ଭାବେ ଇତିହାସ ରଚିଥିଲେ.ରାଜଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ସ୍ୱାଗତ କରାଯାଇଥିଲା. ସରକାରଙ୍କ ନୂଆ ନିର୍ଦ୍ଦେଶ ପରେ ସେ ପୁନର୍ବାର କଟକ କମିସନରେଟ୍ ପୋଲିସକୁ ଫେରି ଜୋନ୍-୩ ଏସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି.