ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ନଇରୀରେ ଧୁମଧାମରେ ପାଳିତ ହେଲା ନନ୍ଦ ଉତ୍ସବ.ଯୋଗ ଦେଲେ ଖୋର୍ଦ୍ଧା ଏସପି
ଖୋର୍ଦ୍ଧା (ସୁଧାଂଶୁ ଶେଖର ପରିଡା ) ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ନଇରୀ ଧାମରେ ଚଳିତ ବର୍ଷ ନନ୍ଦ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି. ଏହି ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯୋଗ ଦେଇ ଉତ୍ସବର ଶୋଭା ବୃଦ୍ଧି କରିଥିଲେ.
ଜନ୍ମାଷ୍ଟମୀ ପରଦିନ ନନ୍ଦ ରାଜା ଘରେ ଯେଉଁଭଳି ଆନନ୍ଦ ଉତ୍ସବ ପାଳନ ହୋଇଥିଲା, ସେହି ପରମ୍ପରା ଅନୁସାରେ ନଇରୀ ଧାମରେ ମଧ୍ୟ ନନ୍ଦ ଉତ୍ସବ ପାଳନ କରାଯାଏ.ସକାଳୁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଅଭିଷେକ ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା.ଏହା ପରେ ଶ୍ରୀକୃଷ୍ଣଙ୍କ ଲୀଳା, କୀର୍ତ୍ତନ ଓ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା. ଛୋଟ ଛୋଟ ପିଲାମାନେ କୃଷ୍ଣ ବେଶ ହୋଇ ନୃତ୍ୟ ପରିବେଷଣ କରିଥିଲେ, ଯାହା ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା.ଏହି ଅବସରରେ ଖୋର୍ଦ୍ଧା ଏସପି ମନ୍ଦିର ପରିସରରେ ପହଞ୍ଚି ଭଗବାନଙ୍କ ଦର୍ଶନ କରିବା ସହ ଆୟୋଜକ କମିଟି ସହ ଆଲୋଚନା କରିଥିଲେ.ସେ ପୂଜା କମିଟିର ଶୃଙ୍ଖଳିତ ଆୟୋଜନକୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଶାନ୍ତିପୂର୍ଣ୍ଣ ଭାବେ ପର୍ବ ପାଳନ କରିବାକୁ ଅନୁରୋଧ କରିଥିଲେ.ଏହି କାର୍ଯ୍ୟକ୍ରମରେ ନାଚୁଣୀ ଥାନା ଅଧିକାରୀ, ସ୍ଥାନୀୟ ବାସିନ୍ଦା,ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶତାଧିକ ଭକ୍ତ ଉପସ୍ଥିତ ଥିଲେ. ଶେଷରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା.
ଦୂର ଦୂରାନ୍ତରୁ ମଧ୍ୟ ବହୁ ଭକ୍ତଙ୍କ ଦେଖିବାକୁ ସମାଗମ ହୋଇଥିଲା.
