ହାଟଡିହିରେ ସମ୍ବାଦ ଆମ ଓଡିଶା ପ୍ରତିଯୋଗୀତା, ଭାଗନେଲେ ୨୨୯ ଛାତ୍ରଛାତ୍ରୀ
ହାଟଡ଼ିହି ତା ୬/୯(ମନମୋହନ ନାୟକ) : ଆଜି ସାରା ରାଜ୍ୟରେ ସମ୍ବାଦ ଆମ ଓଡିଶା ପକ୍ଷରୁ ପ୍ରବନ୍ଧ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୁତପୁର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ଚିତ୍ରାଙ୍କନ ପ୍ରତିଯୋଗୀତାରେ ୯୭ଜଣ, ସୁନ୍ଦର ହସ୍ତାକ୍ଷରରେ ୭୮ଜଣ ଭାଷାଜ୍ଞାନ ପ୍ରବନ୍ଧରେ ୫୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ଚିତ୍ରାଙ୍କନରେ ପନ୍ଦାଡୋ ଉ ପ୍ରା ବିଦ୍ୟାଳୟର ଅପୂର୍ବ ରଞ୍ଜନ ଜେନା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଦେବୀ ପ୍ରସାଦ ସାମଲ ଦ୍ୱିତୀୟ ଓ ପିଏମଶ୍ରୀ ରାମ ବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ପିଏମଶ୍ରୀ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତନ୍ମୟୀ ଧଳ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଶାସଙ୍ଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନୁଷ୍କା ରାଉତ ଦ୍ୱିତୀୟ ଓ ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁରର ଅଞ୍ଜଳି କିସ୍କୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଓଡିଆ ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ ଗୋପାଳ ଚନ୍ଦ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓରାଳିର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ପ୍ରଥମ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗର ସାଇ ପ୍ରସାଦ ସାହୁ ଦ୍ଵିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ହାଟଡିହିର ଆଦିତ୍ୟ ପ୍ରସାଦ ଶତପଥୀ ତୃତୀୟସ୍ଥାନ ହାସଲ କରିଛନ୍ତି ।
ହାଟଡିହି ବ୍ଲକର ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଶାସଙ୍ଗ ହାଇସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ପରିଚାଳନା କରିଥିବାବେଳେ ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ଆନନ୍ଦ ଚନ୍ଦ୍ର ଓଝା, ମୋହନ କୁମାର ମହାନ୍ତି, ଅନିରୁଦ୍ଧ ସେଠୀ, ଶ୍ରୀକାନ୍ତ ପଟ୍ଟନାୟକ, ଦିପ୍ତିମୟୀ ସେଠୀ, ନବଘନ ନାୟକ, ଅଞ୍ଜନ କୁମାର ଦାସ, ପ୍ରଫୁଲ କୁମାର ସାହୁ, ପ୍ରଭାକର ବେହେରା, ଜନ୍ମେଜୟ ବେହେରା , ନବଘନ ନାୟକ, ରଞ୍ଜନ କୁମାର ପଣ୍ଡା, ଲଳିତ କୁମାର ବିଶ୍ୱାଳ, ଭଗବାନ ବେହେରା, ମାନସ କୁମାର ନାୟକ, ନିତ୍ୟାନନ୍ଦ ବେହେରା, ପରେଶ କୁମାର ପରିଡା, ନବ କିଶୋର ବିଶ୍ୱାଳ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ପରୀକ୍ଷା ପରିଚାଳନା ସହିତ ମୁଲ୍ୟାୟନ କରିଥିଲେ । ସାମ୍ବାଦିକ ଶୁଭକାନ୍ତ ନାୟକ, ପାର୍ଥ ସୌରଭ ସା, ମନମୋହନ ନାୟକ, ବିକାଶ ବିଶ୍ୱାଳ, ନିରାକାର ପରିଡା, ପର୍ଶୁରାମ ନାୟକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
