ଅଇଁଲାଛାଟ ଠାରେ ଯୁବ ସମ୍ବିଳନୀ ଅନୁଷ୍ଠିତ
ଉଲୁଣ୍ଡା, ୬/୯ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରସ୍ବତୀ ବିଦ୍ୟା ମନ୍ଦିର ଅଇଁଲାଛାଟ ଠାରେ ରାଷ୍ଟ୍ରୀୟ ସ୍ୱଂସେବକ ସଂଘ ସିଣ୍ଡୋଲ ମଣ୍ଡଳ ତରଫରୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଯୁବା ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମକୁ ସ୍ବାଗତଂ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନଆଚାର୍ଯ୍ୟ ସଞ୍ଜୀବ କୁମାର ପୁରୋହିତ ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରଦାନ ଶିକ୍ଷକ ଜଗତରାମ ଦେହେରି ମୁଖ୍ୟବକ୍ତା ଭାବେ ଡମ୍ବରୁ ଧର ମେହେର ପୂର୍ବତନ ଫୁଲବାଣୀ ପ୍ରଚାରକ, ସନମାନିତ ଅତିଥି ଭାବେ ଜିଲ୍ଲା ସହକାର୍ଯ୍ୟବାହ ହୃଷିକେଶ ଭୋଇ, ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜିନ୍ଦ୍ର ନାଏକ ଏହି ଅବସରରେ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରି ପୂର୍ବର ଭାରତ, ଆଜିର ଭାରତ ଓ ଆଗାମୀକାଲିର ଭାରତ ଉପରେ ବିଷଦ ଆଲୋଚନା ହୋଇଥିଲା।ପରେ ସାମୁହିକ ଭାବେ କ୍ରୀଡା ଓ ସଂଗୀତ ଅଭ୍ୟାସ କରାଗଲା
କାର୍ଯ୍ୟକ୍ରମରେ ଦୀନବନ୍ଧୁ ମେଲ୍ଲୀ, ଗଙ୍ଗାଧର ବାଘ, ଲମ୍ବୋଦର ମେହେର, ଶମ୍ଭୁରାଜ କର୍ଣ୍ଣ ସାମିଲ ହୋଇ ସହଯୋଗ କରିଥିଲେ।
