ତିର୍ତ୍ତୋଲ ବ୍ଲକର ଏଗାରଜଣ ବରିଷ୍ଠନାଗରିକ ତୀର୍ଥଯାତ୍ରା ରୁ ଫେରିଲେ …
ତିର୍ତ୍ତୋଲ ତା 7/9/2026 ଚଳିତ ବର୍ଷ, ବରିଷ୍ଠନାଗରିକ ଙ୍କ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବ୍ଲକ ତରଫରୁ, ଗୋପାଳପୁର (ଶ ) ର ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁନନା ) ମୂଳିସିଂହ ପଞ୍ଚାୟତ ରୁ ନିରଞ୍ଜନ ସେଠୀ, ତରଜଙ୍ଗା ରୁ ନାରାୟଣ ସାହୁ, ନିରଞ୍ଜନ ସାହୁ, ଗରାମ ରୁ ମଞ୍ଜୁଲତା ବେହେରା, ତେନ୍ତୁଳିପଦା ରୁ ସୁରେନ୍ଦ୍ର ସାହୁ, କନକପୁର ରୁ ବିଭୂପ୍ରସାଦ ମହାନ୍ତି ଓ ଇବ୍ରିସିଂହ ପଞ୍ଚାୟତ ରୁ ପ୍ରଫୁଲ୍ଲ ସ୍ୱାଇଁ ଓ ସୁଧାକର ସାହୁ ପ୍ରମୁଖ ଏଗାର ଜଣ ଜିଲ୍ଲାପ୍ରଶାସନ ର ତତ୍ତ୍ୱାବଧାନ ରେ ତୀର୍ଥଯାତ୍ରା ରେ ବାରଣାସୀ ଓ ଅଯୋଧ୍ୟା ଆଦି ବିଭିନ୍ନ ତୀର୍ଥସ୍ଥାନ ପରିଭ୍ରମଣ କରି ଗତ ସାତତାରିଖ ରବିବାର ଦିନ ଫେରିଆସିଥିବାରୁ ନିଜନିଜର ଖୁସିବ୍ୟକ୍ତ କରିଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
