ମହାବିଦ୍ୟାଳୟରେ ‘ପ୍ରକୃତି ବନ୍ଦନ ମହୋତ୍ସବ’ ପାଳିତ
ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଆଜି ମହାବିଦ୍ୟାଳୟ ପରିସରରେ ‘ପ୍ରକୃତି ବନ୍ଦନ ମହୋତ୍ସବ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଧୀରେନ୍ଦ୍ର କୁମାର ରାଉତରାୟଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା।
ଏହି ଅବସରରେ ଅଧ୍ୟକ୍ଷଙ୍କ ଦ୍ୱାରା ବୃକ୍ଷ ପୂଜନ କରାଯାଇଥିବା ବେଳେ ମହାବିଦ୍ୟାଳୟର +୨ ଅଧିକାରୀ ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମତୀ ଅଞ୍ଜୁଳା ତ୍ରିପାଠୀ ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ରଥଙ୍କ ଦ୍ୱାରା ନାରିକେଳ ବୃକ୍ଷ ପୂଜନ କରାଯାଇଥିଲା।
ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବେ ମହାବିଦ୍ୟାଳୟ ପରିସରରେ ପାଞ୍ଚଟି ରକ୍ତଚନ୍ଦନ ବୃକ୍ଷ ରୋପଣ କରାଯାଇଥିଲା। ପ୍ରକୃତି ସୁରକ୍ଷା, ବୃକ୍ଷରୋପଣ ଓ ପରିବେଶ ସଚେତନତାର ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରଶାସନିକ ଅଧିକାରୀ ଶ୍ରୀ ସୌରଭ ମହାପାତ୍ର, ଅଧ୍ୟାପକ ଡକ୍ଟର ଶରତ ଚନ୍ଦ୍ର ଜେନା, ଅଧ୍ୟାପକ ଜ୍ଞାନଦାଶଙ୍କର ମହାପାତ୍ର, ଅଧ୍ୟାପିକା ନମିତା ମହାନ୍ତି, ଶିବପ୍ରସାଦ ପୀଡ଼ିକା, ସନ୍ଦୀପ ମହାପାତ୍ର, ନିବେଦିତା ରାଉତରାୟ, ସୁଶାନ୍ତ ମିଶ୍ର, ବିକ୍ରମ ବାରିକ, ତ୍ରୀନାଥ ରାଉତରାୟଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
