September 6, 2026
IMG-20260906-WA0041
Share

 

ପୁରୀ: ଗୁରୁ ଦିବସ ଅବସରରେ ଗୁରୁଜନଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ, ପୁରୀ ପକ୍ଷରୁ “ଗୁରୁ ଗୌରବ ସମ୍ମାନ–୨୦୨୬” କାର୍ଯ୍ୟକ୍ରମ ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (ସଦାଶିବ ପରିସର), ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଗୌରବମୟ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବର୍ଷୀୟାନ ଶିକ୍ଷାବିତ୍ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ବିନୋଦ କୁମାର ପଣ୍ଡା, ସମ୍ପାଦକ ଶ୍ରୀ ଲକ୍ଷ୍ମୀ ନାରାୟଣ ପୃଷ୍ଟି, ବରିଷ୍ଠ ସେବାୟତ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ଶ୍ରୀ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଏବଂ ସମାଜ ଗଠନରେ ଗୁରୁଜନଙ୍କ ଅବଦାନକୁ ସ୍ମରଣ କରି ଉପସ୍ଥିତ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ। ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ବରଂ ଚରିତ୍ର ଓ ମାନବିକ ମୂଲ୍ୟବୋଧ ଗଠନର ମୁଖ୍ୟ ଆଧାର ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଶିକ୍ଷା, ସଂସ୍କାର ଓ ସମାଜ ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଗୁରୁଜନଙ୍କୁ “ଗୁରୁ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଶ୍ୟାମ ପ୍ରକାଶ ସେନାପତି ସୁଚାରୁ ଭାବେ ପରିଚାଳନା କରିଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ଉପସ୍ଥିତ ଅତିଥି, ଗୁରୁଜନ ଓ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ