September 6, 2026

ଉମରକୋଟ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ଥାପନା ଦିବସ, ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣ।ନନ୍ଦ ଙ୍କ ବଳିଦାନ ଦିବସ ପାଳନ………..

IMG-20260905-WA0010
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଶ୍ୱ ହିନ୍ଦୁ ପରିଷଦ ର ସ୍ଥାପନ ଦିବସ , ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣ।ନନ୍ଦ ଙ୍କ ବଳିଦାନ ଦିବସ ମହା ସମାରୋହରେ ଡିଏନକେ ଠାରେ ଥିବା ରାଧା କୃଷ୍ଣ ମନ୍ଦିର ପରିସରରେ ପାଳନ କରାଯାଇଥିଲା। ପ୍ରଥମେ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନ ଦିବସ ଅବସରରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସଭାପତି କୃପାରାମ ସାହୁ କହିଥିଲେ ୧୯୬୪ ମସିହା ଅଗଷ୍ଟ ମାସ ୨୯ ତାରିଖ ପବିତ୍ର ଜନ୍ମାଷ୍ଟମୀ ଦିନ ପ୍ରତିଷ୍ଠା ହେଇଥିବା ବିଶ୍ୱ ହିନ୍ଦୁ ପରିଷଦ ଦେଶରେ ଓ ଦେଶ ବାହାରେ ବସ ବାସ କରୁଥିବା ହିନ୍ଦୁ ସମାଜରେ ଅନେକ ଭାଷା ଜାତି, ମତ ଓ ସମ୍ପ୍ରଦାୟ ହେବା କାରଣରୁ ଉତ୍ପନ୍ନ ଭେଦ ଭାବକୁ ଦୂର କରି ଏକାତ୍ମତାର ଭବନା ନିର୍ମାଣ କରିବା ସହ ହିନ୍ଦୁ ସମାଜକୁ ଗୋଟିଏ ସୁଦୃଢ଼ ଓ ଅଖଣ୍ଡ ସମାଜ ଭାବରେ ଛିଡା କରାଇ ଧର୍ମ ସଂସ୍କୃତି ପ୍ରତି ଗୌରବ,ନିଷ୍ଠା ଓ ଭକ୍ତିର ଭାବନା ଉତ୍ପନ୍ନ କରିବା ଉଦ୍ଦେଶ୍ୟରେ ବିଶ୍ୱ ହିନ୍ଦୁ ପ୍ରତିଷ୍ଠା ହେଇଥିଲା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଧନୁ ଖସଲା, କିଶୋର ପାଣିଗ୍ରାହି, ସଞ୍ଜୟ ସିଲ,ବିଶ୍ଵଜିତ ଠାକୁର, କିଶୋର ସାହୁ ହୃଷିକେଶ ରାଓ , ମନୋଜ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଏଥି ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସର ରେ ସ୍ୱାମୀଙ୍କ ହିନ୍ଦୁ ସମାଜ ପ୍ରତି ଥିବା ଅବଦାନ କୁ ସ୍ମରଣ କରାଯାଇଥିଲା। ପରେ ଛୋଟ ଛୋଟ ପିଲାଙ୍କୁ ନେଇ ରାଧା କୃଷ୍ଣ ବେଶ୍ ଓ ଗୀତ। ବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ମୋଟ ୬୦ ଜଣ ରାଧା ଓ କୃଷ୍ଣ ବେଶ୍ ଧ।ରି କୁନି କୁନି ପିଲା ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ର କାର୍ଯ୍ୟକାରୀ ସଭାପତି ସୁନୀଲ ବେହେରା ପରିଚାଲନା କରିଥିବା ବେଳେ ବିଚାରପତି ଭାବେ ସଚ୍ଚିଦାନନ୍ଦ ମହାପାତ୍ର, ସଦଗୋପନ ସାହୁ ଓ ପ୍ରଭାତୀ ପରିଡା ଦାୟିତ୍ୱ ଗ୍ରହଣ କରିଥିଲେ। ଜୁନିୟର ଓ ସିନିୟର୍ ସ୍ଥର ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସହ ସମସ୍ତ ପ୍ରତିଯୋଗୀ ଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବୀଶ୍ଵ ହିନ୍ଦୁ ପରିଷଦର ସଭାପତି କୃପ।ର।ମ ସାହୁ, ଉପସଭାପତି ପ୍ରଭାତୀ ଦେବନାଥ, ସରକାରୀ ଓକିଲ ଅଶୋକ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, କୋଷାଧକ୍ଷ ନିରଞ୍ଜନ ମହାପାତ୍ର, ନଗର ସଭାପତି ସଞ୍ଜୟ ସିଲ୍ , ସଂପାଦକ ଅଶୋକ ପ।ତ୍ର, ଗାୟତ୍ରୀ ପରିବାରରୁ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଗୋରକ୍ଷା ପ୍ରମୁଖ ସୁବାଷ ବିଷୋୟୀ ଅତିଥି ଭାବେ ଯୋଗ ଦେଲେ ପୁରସ୍କାର ପ୍ରଦାନ କରିଥିବା ବେଳେ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ସଭାପତି ସମ୍ପାଦକ ଓ ଅନ୍ୟ କାର୍ଯ୍ୟକର୍ତା ସହଯୋଗ କରିଥିଲେ।