ପୂର୍ବ ଶତ୍ରୁତାରୁ ଭୁଜାଲିରେ ଆକ୍ରମଣ… ଯୁବକ ଗିରଫ ..
ତିର୍ତୋଲ ,
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣାନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମିର୍ଜାପୁର ଗ୍ରାମର ପର୍ଶୁରାମ ରାଉତ (୨୩) ବର୍ଷ ।
ସୂଚନା ଅନୁଯାୟୀ, ମିର୍ଜାପୁର ଗ୍ରାମର ସୁରେଶ କୁମାର ରାଉତ ଏନେଇ କୃଷ୍ଣାନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କୃଷ୍ଣାନନ୍ଦପୁର ଥାନା କେସ୍ ନଂ-୧୦୩, ତାରିଖ ୩୧.୦୮.୨୦୨୬ ରେ ବି.ଏନ.ଏସ୍.ର ଧାରା ୧୨୬(୨)/୨୯୬/୧୧୫(୨)/୧୦୯(୧)/୩୫୧ (୩) /୩(୫) ରେ ମାମଲା ରୁଜୁ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପର୍ଶୁରାମ ଭୁଜାଲିରେ ସୁରେଶଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ଏଥିରେ ସୁରେଶଙ୍କ ମୁହଁ ସମେତ ଶରୀର ର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି । ମାମଲାର ତଦନ୍ତ ସମୟରେ ପୁଲିସ ଘଟଣାରେ ବ୍ୟବହୃତ ହୋଇଥିବା ଭୁଜାଲିକୁ ଜବତ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପର୍ଶୁରାମ ରାଉତଙ୍କୁ ୦୧.୦୯.୨୦୨୬ ସକାଳ ୧୦ଟା ୩୦ମିନିଟ୍ ସମୟ ରେ ଗିରଫ କରିଥିଲା । ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ତାଙ୍କୁ ତିର୍ତ୍ତୋଲ ଜେ.ଏମ୍.ଏଫ୍.ସି ଙ୍କ ଅଦାଲତରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
