ଆଇ ଲଭ ମୂଳିସିଂହ ସ୍ମୃତିଫଳକ ର ଲୋକାର୍ପଣ ଉତ୍ସବ
ତିର୍ତ୍ତୋଲ ତା 2/9/2026 ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପ୍ରସିଦ୍ଧ ପାତାଳିକ୍ଷେତ୍ର ଭାବେ ପରିଚିତ ଗୁପ୍ତମାଣିକା ପୀଠ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ର ସହରହାଟ ଛକ ରେ, ଜିଲ୍ଲାପରିଷଦ ସଦସ୍ୟ ସୁନୀଲ କୁମାର ବେହେରା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱ୍ୱାବଧାନ ରେ ଗତ ବୁଧବାର ସଂଧ୍ୟା ରେ, ଆଇ ଲଭ ମୂଳିସିଂହ, ର ନୂତନ ସ୍ମୃତିଫଳକ ର ଲୋକାର୍ପଣ ଉତ୍ସବ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଉଦଘାଟନ କରିଥବାବେଳେ ସମ୍ମାନିତ ଅତିଥିଭାବେ ମୂଳିସିଂହ ସରପଞ୍ଚ ସଫି ଆଜମ୍, ସମିତିସଭ୍ୟ ରଞ୍ଜନ କୁମାର ସାହୁ, ପୂର୍ବତନସରପଞ୍ଚ ଚିତ୍ତରଞ୍ଜନ ରଥ, ଯୁବସମାଜସେଵୀ ସୁବ୍ରତ ଦାଶ, ସମାଜସେଵୀ ନିହାରରଞ୍ଜନ ମହାନ୍ତି, ବଣିକସଙ୍ଘ କର୍ମକର୍ତ୍ତା ତ୍ରିଲୋଚନ ଦାସ, ଆଇନୀଜୀବି ଶରତ ଚନ୍ଦ୍ର ସାହୁ, ଆଲୋକ ସାହୁ, ଇଂ ସୁବ୍ରତ ମଲ୍ଲିକ, ବରିଷ୍ଠନାଗରିକ ଶିବପ୍ରସାଦ ସାହୁ, ରମେଶଚନ୍ଦ୍ର ସାହୁ (ବାବୁଲି ଭାଇ ), ମନୋରଞ୍ଜନ ବେହେରା, ଶକ୍ତିପ୍ରସାଦ ଓଝା, ପ୍ରଫୁଲ୍ଲ କୁମାର ସାହୁ ପ୍ରମ୍ମୁଖ ଯୋଗଦେଇ, ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ବିଶେଷକରି ତିର୍ତ୍ତୋଲ ବ୍ଲକ ର ବିଡ଼ିଓ ଗିରିଜାଶଙ୍କର ମଲ୍ଲିକ ଏଥିରେ ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ ଏହି ସ୍ମୃତିଫଳକ ମୂଳିସିଂହ ପଞ୍ଚାୟତ ର ଅଧିବାସୀ ମାନଙ୍କର ସ୍ୱାଭିମାନ ର ପ୍ରତୀକ ବୋଲି କହି ଉପସ୍ଥିତ ଜନସାଧାରଣ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
