September 3, 2026

ବିଜେପି କୁ ଫେରିଲେ ସତ୍ୟବାଦୀର କଂଗ୍ରେସ ନେତା ମନୋଜ ରଥ  ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରେ ଯୋଗ ଦେଲେ 

IMG-20260902-WA0050
Share

 

 

ଆଜି ତା 2/9/2026 ବୁଧବାର ଅପରାହ୍ନ ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସଂସଦ ଶ୍ରୀ ମନମୋହନ ସାମଲ , ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା , ସାଂସଦ ସୁଜିତ କୁମାର , ଖଣି ମନ୍ତ୍ରୀ ବିଭୁତି ଜେନା , ଉପସଭାପତି ବିରଂଚି ତ୍ରିପାଠୀ , ସାରଦା ଶତପଥୀ , ସରୋଜ କର , ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ପୁରୀ ଜିଲା ବିଜେପି ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରେଇଙ୍କ ଉପସ୍ଥିତିରେ ଶ୍ରୀ ରଥ ବିଜେପି ରେ ଯୋଗ ଦେଲେ |

 

ପ୍ରକାଶ ଥାଉ କି , ଦୀର୍ଘ ସମୟ ଧରି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଙ୍କ ମୁଖପାତ୍ର ଦାୟିତ୍ୱରେ ରହିବା ସହ ଅନେକ ସେବା ମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ଶ୍ରୀ ରଥ 2024 ମସିହାରେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଚର୍ଚା କୁ ଆସିଥିଲେ | ତାଙ୍କର ପିତା ସ୍ବର୍ଗତଃ ବିଶ୍ୱନାଥ ରଥ ବିଜେପି ର ଜଣେ ଟାଣୁଆ ନେତା ଥିଲେ |

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed