ଧର୍ମ ପରାୟଣା ମହିଳା ଙ୍କ ପରଲୋକ
ଆନନ୍ଦପୁର ତା ୨/୯(ମନମୋହନ ନାୟକ) : ସୋସୋ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କାନପୁର ଗ୍ରାମର ଶାନ୍ତି ଲତା ଖମାରୀ ସ୍ବାମୀ ହରିହର ଖମାରୀ ଙ୍କର ଗତ ମଙ୍ଗଳବାର ଦିବା ଚାରିଘଟିକା ସମୟରେ ୭୩ ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ଗତ ଗୁରୁବାର ସେ ପାଇଖାନାରେ ପଡିଯିବାରୁ ଅଚେତ ହୋଇ ପଡିଥିଲେ, ତୁରନ୍ତ ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଚିକିତ୍ସାରେ ଅଗ୍ରଗତି ନ ହେବାରୁ ତାଙ୍କୁ ସୋମବାର ଦିନ ଘର କୁ ନେଇ ଆସିଥିଲେ।ସେ ଜଣେ ପରୋପକାରୀ, ଦୟାଳୁ, ଅତିସ୍ନେହି ମହିଳା ହିସାବରେ ଗ୍ରାମ ତଥା ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଶଯ୍ଯାପାଖରେ ବଡ଼ ପୁଅ ସୁରେଶ, ବହୁ ଗିତାଞ୍ଜଳୀ, ମଝିଆଁ ପୁଅ ସଦାଶିବ ବହୁ ଅନିତା, ସାନପୁଅ ଜଳଧର ବହୁ ହିତେଶ୍ଵରୀ, ଦିଅର ଚକ୍ରଧର ଖମାରୀ, ଝିଅ ସୁଜାତା ଖମାରୀ ତଥା ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
