ଆଜି ର ନାରୀ କେତେ ସୁରକ୍ଷିତ
ଆଜି ଆମ ସରକାର ଯେ ନାରୀ ମାନଙ୍କ ଉନ୍ନତ୍ତି ପାଇଁ ଅନେକ ଯୋଜନା ତିଆରି କରିଚନ୍ତି ଏଥିରେ ସଂଦେହ ନାହିଁ । ନାରୀ କିପରି ସ୍ୱାବଲମ୍ବୀ ହେଇ ପାରିବ , ନାରୀ କିପରି ଉଚ୍ଚ ଶିକ୍ଷିତ ହେଇ ପାରିବ , କିପରି ନାରୀ ଉଚ୍ଚ ସମ୍ମାନ ର ଅଧିକାରୀ ହେଇପାରିବ ସେଥିପାଇଁ ଯେ ସରକାର ଯତ୍ନବାନ ଏହା ନିଶ୍ଚିତ ।
କିନ୍ତୁ ସରକାର ଙ୍କ ସତ ଚେଷ୍ଟା ପରେ ଆଜି ଯେ ନାରୀ ସୁରକ୍ଷିତ , ସ୍ୱାବଲମ୍ବୀ , ଶିକ୍ଷିତା , ସମ୍ମାନୀୟା ଆମେ କଣ ଏ କଥାକୁ ଦୃଢ଼ତା ର ସହିତ କହି ପରିବା ?
ଉଚ୍ଚଶିକ୍ଷା ପାଇଁ ରାଜଧାନୀ ର କୌଣସି ବଡ଼ ବିଶ୍ଵବିଦ୍ୟାଳୟ ର ହଷ୍ଟେଲରେ ରହି ପାଠ ପଢୁଥିବା ଝିଅ ଟି ଯେତେବେଳେ ଶାରୀରିକ ବା ମାନସିକ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କରୁଛି ସେତେବଳେ ଆମେ କଣ କହିପାରିବା ନାରୀ ଶିକ୍ଷାର ଉନ୍ନତି ହେଇଛି ବୋଲି ?
ଯେତେବେଳେ ସୁରକ୍ଷା ବିଭାଗର କାର୍ଯ୍ୟରତ କୌଣସି ମହିଳା କର୍ମଚାରୀ ନିଜକୁ ଅସୁରକ୍ଷିତ ମନେ କରୁଛି , ଶାରୀରିକ ବା ମାନସିକ ନିର୍ଯ୍ୟାତନା ର ଶିକାର ହେଉଛି ଆଉ ଶେଷରେ ଆତ୍ମହତ୍ୟା କରୁଛି ସେତେବଳେ ଜଣେ ସାଧାରଣ ମହିଳା ନିଜକୁ କେମିତି ସୁରକ୍ଷିତ ମନେ କରିବ ? ଯୋଉଠି କୌଣସି କୋଟିପତି ଘର ର ବହୁ ଯୌତୁକ ନିର୍ଯାତନା ର ଶିକାର ହେଉଛି ସେଇଠି ଜଣେ ନିମ୍ନ , ମଧ୍ୟବିତ୍ତ ପରିବାରର ଝିଅ ଟିଏ ଯେ ନିଶ୍ଚିତ ସୁରକ୍ଷିତ ଏକଥା କିଏ କହି ପାରିବ ?
ଏମିତି ଅନେକ ପ୍ରଶ୍ନ ର ଉତ୍ତର ଅପେକ୍ଷା ରେ ଆଜି ନାରୀ ।
କିନ୍ତୁ ଏଇ ସବୁ ଘଟଣା ବା ଅଘଟଣା ପାଇଁ ଦାୟୀ କିଏ ?
ଆମ ଶିକ୍ଷା , ଆମ ସଂସ୍କାର ନାଁ ସମାଜ ?
ଆଉ ଏଇ ସବୁ ସମସ୍ୟା ର ସମାଧାନ କଣ ?
ଆଜି ଯେ ଆମ ଦେଶ ରେ ଗାଁ ହଉ କି ସହର ସେମିତି ନିହାତି ଅପହଞ୍ଚ ଅଞ୍ଚଳ କୁ ଛାଡି ଦେଲେ ଆଉ ବାକି ସବୁ ଅଞ୍ଚଳ ରେ ଯେ ବିଦ୍ୟାଳୟ ଆଉ
ମହା ବିଦ୍ୟାଳୟ ଗଢି ଉଠିଛି ଏଥିରେ କୌଣସି ସନ୍ଦେହ ନାହିଁ ।
ତଥାପି କୌଣସି ବଡ଼ ସହର ରେ ହଷ୍ଟେଲରେ ରଖି ପିଲାଙ୍କୁ ପାଠ ପଢ଼ାଇବା ଆଜି ଆମ ସମାଜରେ ନିହାତି ଗୋଟିଏ ବଡ଼ ଖାନଦାନି ର ପରିଚୟ ଶୃଷ୍ଟି ରେ ସହାୟକ ହୋଇ ପାରିଛି । ଆଉ ଏଇ ପରିଚୟ ଶୃଷ୍ଟି ର ମାରାଥନ୍ ଦୌଡ ରେ ଯେ ମଧ୍ୟବିତ୍ତ ଶ୍ରେଣୀର କନ୍ୟା ପିତା ଯେ ସବୁଠୁ ଆଗରେ ଏଥିରେ କୌଣସି ସନ୍ଦେହ ନାହିଁ । ଆଉ ଯୌତୁକ ନିର୍ଯାତନା ଯେ ଏହାର ଗୋଟିଏ ମୁଖ୍ୟ କାରଣ ଏଇ କଥା କୁ ମଧ୍ୟ ଆମେ ଅମାନ୍ୟ କରି ପାରିବା ନାହିଁ । ଝିଅଟିଏ ବାହାରକୁ ପାଠ ପଢିବା ପାଇଁ ଗଲା ପରେ ସହର ର ଚାକଚକ୍ୟ ଭିତରେ ଏମିତି ହଜି ଯାଉଛି ଯେ କିଏ ଠିକ୍ କିଏ ଭୁଲ ଚିନ୍ତା କରିବା ଶକ୍ତି ହରେଇ ଗୋଟିଏ ନିହାତି ଅନେକ ବାପର ଗୋଟିଏ ପୁଅ କୁ ନିଜର ଭାବି ଅନେକ ଭୁଲ କରି ଶେଷରେ ଆତ୍ମହତ୍ୟା କରୁଛି ।
କଲେଜ କୁ ଆସୁ ଆସୁ କିଛି ଝିଅ ନେତା ଗିରି କରିବା ବି ଆରମ୍ଭ କରି
ଦେଇଛନ୍ତି । ଆଉ ଆଜି ଆମ ଶିକ୍ଷିତ ସମାଜ ର ସବୁଠାରୁ ବଡ ସମସ୍ୟା ଲିଭିଙ୍ଗ ରିଲେସନ ସିପ୍ , ଯାହା ର ସହାୟତା ନେଇ ବିବାହ ପୂର୍ବ ରୁ ପୁଅ , ଝିଅ ଗୋଟିଏ ରୁମ୍ ରେ ଏକା ସଙ୍ଗେ ରହୁଚନ୍ତି । ଯାହାର ପରିଣାମ ମୁଖ୍ୟତ ଗୋଟିଏ ଝିଅକୁ ଭୋଗିବାକୁ ପଡୁଚି ।
ବିବାହ ଯୋଗ୍ୟ ପୁଅ ମାନଙ୍କ ବାପା ମାନେ ବି ସେମିତି ଯୌତୁକ ନବା ପାଇଁ ନୂଆ ନୂଆ ଉପାୟ ଅବଲମ୍ୱନ କରିଚନ୍ତି ।
ଝିଅ ବାପ ଆଗରେ ନିଜକୁ ବଡ , କେତେବଡ ମହାଜନ ବୋଲି ପ୍ରମାଣ କରିବା ପାଇଁ ବ୍ୟାଙ୍କ ରୁ ଲୋନ୍ କରି ରାଜ ଉଆସ ଭଳି ଘର , ଦାମୀ ଆସବାବପତ୍ର , ଦାମୀ କାର , ଦାମୀ ପୋଷାକ ଏମିତି ଅନେକ କିଛି ।
ପୁଅ ଘର ର ଏଇ ଲୋକ ଦେଖାଣିଆ ଚାକଚକ୍ୟ ର ଦୁଆର ଖୋଲି ଗୋଟିଏ ଝିଅ ବାପା ଯେତେବେଳେ ଭିତରକୁ ପ୍ରବେଶ କରେ ଘର ଭିତରେ ପଡିଥିବା ସେଇ ଦାମୀ ସୋଫା ଉପରେ ବସେ କିନ୍ତୁ ସଫା ତଳେ ଥିବା ସେଇ ଋଣ ବୋଝ କୁ ସିଏ ଦେଖି ପାରେ ନାହିଁ । କେତେ କଣ ସ୍ବପ୍ନ ଦେଖେ ସିଏ । ଝିଅ ତାର ଏ ଘରେ ରାଣୀ ହେଇ ରହିବ । ଏତେ ବଡ ଘରେ ବନ୍ଧୁ ବାନ୍ଧିବ ତେଣୁ ଝିଅକୁ ସିଏ ତ ସବୁ ଦବ କିନ୍ତୁ ଏମାନେ ଯେ ଏତେ ବଡ ଲୋକ ଏମାନଙ୍କର କଣ ନାହିଁ ଯେ , ସିଏ ତା ଝଅକୁ ଯାହା ଦବ ଏମାନେ କଣ ପସନ୍ଦ କରିବେ । ଏମିତି ଅନେକ କଥା ଭାବି ଗୋଟିଏ ଝିଅ ବାପା ତା ଜୀବନର ସବୁ ପୁଞ୍ଜି ଖର୍ଚ୍ଚ କରି ଝିଅ ବାହାଘର କରେ କିନ୍ତୁ ଦୁଃଖର ବିଷୟ ଯେ ସେତିକି ରେ ସେଇ ବଡ଼ ଘର ବଡ଼ ବୋଝ ଟି ପୁରା ହେଇ ପାରି ନ ଥାଏ । ସେମାନେ ତ ଭାବନ୍ତି ତାଙ୍କ ରାଜ ଉଆସ ର ଋଣ ଟଙ୍କା ଠାରୁ ତାଙ୍କ ଦାମୀ ଗାଡ଼ିର ପେଟ୍ରୋଲ ପକେଇବା ଟଙ୍କା ବି ଝିଅ ବାପା ପାଖରୁ ଆଣିବେ ।
ଶେଷରେ ପୁଅ ବାପା , ମାଆ ଗୋଟିଏ କଥା କହନ୍ତି – ଆମ ପୁଅ ର ଯୋଗ୍ୟତା ଅନୁସାରେ ଆମେ ଠିକ୍ ଝିଅ ବାଛି ପାରିଲୁନି ଆଉ କୋଉଠି ହେଇଥିଲେ ଆମ ପୁଅ କେତେ କଣ ପାଇଥାନ୍ତା । ଏଇ ପରି କଥା ବଢି ଚାଲେ ଆଉ ଶେଷରେ ଝିଅଟି ବଳି ପଡେ । କେତେବେଳେ ଝିଅ ଆତ୍ମହତ୍ୟା କରେ ତ ଆଉ କେତେବଳେ ତାକୁ ମାରିଦିଆ ଯାଏ । ଆଉ କେତେବେଳେ ଛାଡ଼ପତ୍ର ।
ଆଜି ସମାଜରେ ବଳାତ୍କାରୀ ପୁରୁଷ ଙ୍କ ସଂଖ୍ୟା ଯେ ବଢ଼ି ଚାଲିଛି ଏ କଥାକୁ ଆମେ ଅସ୍ୱୀକାର କରି ପାରିବା ନାହିଁ । ଯାହାର ଶିକାର ହେଉଛି ଏଇ ନାରୀ , କେତେବେଳେ ଶିଶୁ ଅବସ୍ଥାରେ , କେତେବେଳେ କିଶୋର ଅବସ୍ଥାରେ ଆଉ କେତେବେଳେ ଯୁବତୀ ଅବସ୍ଥାରେ ।
ପୁଅ ମାଆ ମାନେ ନିଜ ଛାତି ଉପରେ ହାତ ରଖି କହି ପାରିବେ ସିଏ ତାଙ୍କ ପୁଅ ର ଚରିତ୍ର ବିଷୟରେ କିଛି ଜାଣି ନାହାଁନ୍ତି ବୋଲି ଆଉ ଯଦି କୋଉ ପୁଅ ର ମାଆ କହେ ସତରେ ସିଏ ତା ପୁଅ ବିଷୟ ରେ କିଛି ଜାଣି ନାହିଁ ବୋଲି ତା ହେଲେ ମାନିବାକୁ ପଡ଼ିବ ଯେ ସିଏ ତା ପୁଅ ର ଶୁଭ ଚିନ୍ତକ ନୁହଁ । ଏମିତି ବି ଅନେକ ପୁଅ ମାଆ ଅଛନ୍ତି ଯୋଉମାନେ ସବୁବେଳେ ଝିଅ କୁ ଦୋଷ ଦିଅନ୍ତି ତା ହେଲେ ସେମାନଙ୍କୁ ଥରେ ଗାନ୍ଧାରୀ ର ଚରିତ୍ର ପଢିବାକୁ ଅନୁରୋଧ ।
ଗୋଟିଏ ନାରୀ ର ବସ୍ତ୍ର ହରଣ କରି ଶହେ ଭାଇ ବଳି ପଡ଼ିଥିଲେ , ଶହେ ପୁତ୍ର ର ଜନନୀ ହେଇ ମଧ୍ୟ ଗାନ୍ଧାରୀ ର କୋଳ ଶୂନ୍ୟ ହେଇ ଯାଇଥିଲା ।
ଗାନ୍ଧାରୀ ଏମିତି ନାରୀ ଯିଏ ସତୀତ୍ୱ ର ଶିଖର ରେ , ଯିଏ ଭଗବାନ ଶ୍ରୀକୃଷ୍ଣ ଙ୍କୁ ବି ଅଭିଶାପ
ଦେଇ ପାରେ । ଆଉ ଭଗବାନ ବି ତା ଅଭିଶାପ ରୁ ରକ୍ଷା ପାଇ ନାହାଁନ୍ତି ।
ଆଉ ତୁମେ ମାନେ ଗୋଟେ କି ଦିଟା ପୁଅ ର ମାଆ ହେଇ ଏତେ ଗର୍ବ କଣ ପାଇଁ ? ବଳାତ୍କାରୀ ପୁରୁଷ ର ମାଆ ନିଜେ ଯୋଉ ଦିନ ନିଜ ପୁଅ କୁ ଦଣ୍ଡ ଦେବ ସେଇ ଦିନ ଠାରୁ ନିଶ୍ଚୟ ଆମ ସମାଜ ବଦଳିବ । ଏଥିରେ କୌଣସି ସନ୍ଦେହ ନାହିଁ । ସମାଜରେ ନାରୀ ସୁରକ୍ଷା ପାଇଁ କେବଳ ଝିଅ ମାଆ ନୁହଁ ପୁଅ ମାଆ ମାନେ ମଧ୍ୟ ଯତ୍ନ ବାନ ହେବା ର ଆବଶ୍ୟକତା ରହିଛି ।କାରଣ ପୁଅ ର ମାଆ ବି ଜଣେ ନାରୀ
