ହଳଦ୍ବାନୀ ପ୍ରସଙ୍ଗରେ ପୁରୀରେ କଂଗ୍ରେସର ଗର୍ଜନ
ପୁରୀ: ହଳଦ୍ବାନୀ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରତିବାଦ କରି ପୁରୀରେ କଂଗ୍ରେସର ଜୋରଦାର ବିକ୍ଷୋଭ। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି।
କଂଗ୍ରେସ ଅଭିଯୋଗ କରିଛି, ଜନତାଙ୍କ ମୂଳ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେଲେ ବିରୋଧୀଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ରାଜନୈତିକ କୌଶଳ। ଅଭିଯୋଗ ଓ ଚାପ ସୃଷ୍ଟି କରି କଂଗ୍ରେସର ସ୍ବରକୁ ଦବାଇ ହେବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ମହିଳା କଂଗ୍ରେସ ପକ୍ଷରୁ ମନୁସ୍ମୃତି ଦାହ କରାଯାଇ ପ୍ରତିବାଦ ଜଣାଯାଇଥିଲା। ବିକ୍ଷୋଭରେ ବହୁ କଂଗ୍ରେସ ନେତା, କର୍ମୀ ଓ ମହିଳା କଂଗ୍ରେସ ସଦସ୍ୟ ସାମିଲ ହୋଇଥିଲେ।
କଂଗ୍ରେସ କହିଛି, ଅଭିଯୋଗ ଲଗାଇଲେ ପ୍ରଶ୍ନ ଶେଷ ହୁଏ ନାହିଁ, ବରଂ ଆହୁରି ଜୋରଦାର ହୁଏ। ରାହୁଲ ଗାନ୍ଧୀଙ୍କ ସ୍ବରକୁ ଦବାଇବାର ଯେତେ ଚେଷ୍ଟା ହେବ, ଜନତାଙ୍କ ପ୍ରଶ୍ନକୁ ନେଇ କଂଗ୍ରେସର ସ୍ବର ସେତେ ଶକ୍ତିଶାଳୀ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
