September 1, 2026

ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା

IMG-20260901-WA0075
Share

 

ସମ୍ବଲପୁର, ୧/୯: ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଦୀର୍ଘଦିନ ଧରି ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିଆସିଥିବା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଶୋକ କୁମାର ଦାସ ପଦୋନ୍ନତି ପାଇ ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବେ। ଏହି ଅବସରରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତାଙ୍କୁ ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

 

ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳମାଧବ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଚୂଳବତୀ ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ସଞ୍ଜୀବ ତିରିଆ, ପ୍ରଶାସନିକ ଅଧିକାରୀ ନୀଳାମ୍ବର ମହାନନ୍ଦ, ବିତ୍ତ ଅଧିକାରୀ ସଚ୍ଚିଦାନନ୍ଦ ଭୋଇ, ଜିଲ୍ଲା ହିସାବ ପରିଚାଳକ ଫାଲ୍ଗୁନୀ ସାହୁ, ସେକ୍ସନ ଅଫିସର ପ୍ରମୋଦ କୁମାର ସେଠ୍‌ ଓ ମନୋରଞ୍ଜନ ପ୍ରଧାନଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

 

ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ବକ୍ତବ୍ୟରେ ଡାକ୍ତର ଦାସଙ୍କ ନିଷ୍ଠାପର ସେବା, କର୍ତ୍ତବ୍ୟନିଷ୍ଠା, ସହଯୋଗୀ ମନୋଭାବ ଓ ସୁଦକ୍ଷ କାର୍ଯ୍ୟଶୈଳୀର ପ୍ରଶଂସା କରିଥିଲେ। ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗରେ ତାଙ୍କ ସହ କାର୍ଯ୍ୟ କରିବାର ଅନୁଭୂତିକୁ ଅଧିକାରୀ ଓ ସହକର୍ମୀମାନେ ସ୍ମରଣ କରିବା ସହ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ।

 

ସଭାରେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟ ସୁପରିଣ୍ଟେଣ୍ଡେଣ୍ଟ ସୁବୋଧ ନାୟକଙ୍କ ସମେତ ସିଏଚ୍‌ସି ଟିମ୍‌ର ଡାକ୍ତର ରାଜେଶ କୁମାର ବାବୁ, ଡାକ୍ତର ଆଶିଷ କୁମାର ମାଝୀ, ଡାକ୍ତର ବିକାଶ ସାହୁ, ଡାକ୍ତର ବାସନ୍ତୀ ତାଣ୍ଡିଆ, ଡାକ୍ତର ଈଶ୍ୱର ମୁଣ୍ଡା ଓ ଡାକ୍ତର ସ୍ନିଗ୍ଧା ରାଉତ ଯୋଗଦେଇଥିଲେ। ଏଥିସହ କାର୍ଯ୍ୟାଳୟର ପ୍ରଶାନ୍ତ ମିଶ୍ର, ସଞ୍ଜିତ ମାଝୀ, ସତ୍ୟନାରାୟଣ ସାହୁ, ଡାକ୍ତର ଅମର ତାଣ୍ଡିଆ, ଗାୟତ୍ରୀ ପାଣିଗ୍ରାହୀଙ୍କ ସମେତ ବହୁ ସହକର୍ମୀ ଉପସ୍ଥିତ ଥିଲେ।

 

ସମ୍ବଲପୁର ସ୍ୱାସ୍ଥ୍ୟ ଟିମ୍‌ ପକ୍ଷରୁ ଡାକ୍ତର ଅଶୋକ କୁମାର ଦାସଙ୍କୁ ଉପଢୌକନ, ଉପହାର ଏବଂ ମା’ ସମଲେଶ୍ୱରୀଙ୍କ ଫଟୋ ଥିବା ଏକ ସୁନ୍ଦର ଫ୍ରେମ୍‌ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ସମୟରେ ପରିବେଶ ଭାବବିହ୍ୱଳ ହୋଇଉଠିଥିଲା।

 

ଜିଲ୍ଲା ଏପିଡେମିଓଲୋଜିଷ୍ଟ ଡାକ୍ତର ଜ୍ଞାନ ରଞ୍ଜନ ମହାନ୍ତି, ସନତ କୁମାର ବେହେରା, ଡାକ୍ତର ଅମର ତାଣ୍ଡିଆ, ପ୍ରସନ୍ନ କୁମାର ପ୍ରଧାନ, ଆଶିଷ କୁମାର ପତୀ ଓ କିଶୋର ଓରାମଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଓ ଅତିଥି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।

 

ଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଡାକ୍ତର ଅଶୋକ କୁମାର ଦାସଙ୍କ ବରଗଡ଼ ସିଡିଏମଓ ଭାବେ ନୂତନ କାର୍ଯ୍ୟକାଳ ସଫଳ ଓ ଫଳପ୍ରଦ ହେବା ସହ ତାଙ୍କ ସୁସ୍ଥ, ସୁଖୀ ଓ ନିରାମୟ ଜୀବନ କାମନା କରିଥିଲେ।

You may have missed