September 1, 2026

କୋଟପାଡ଼ ରେ ସାୟତ୍ତ ଶାସନ ଦିବସ ପାଳିତ ଓ ଟ୍ରାନ୍ସଫର୍ମେର ନିକଟରେ ନୂତନ ପାର୍କିଙ୍ଗ ସ୍ଥଳ ର ଉଦଘାଟନ କୁ ନେଇ ଜନ ଅସନ୍ତୋଷ.

IMG-20260901-WA0063
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି. ଏହି ଅବସର ରେ ରାମଧୁନ ଓ ପ୍ରଭାତ ଫେରି. କାର୍ଯା ଳୟ ପ୍ରାଙ୍ଗଣ ରେ ଜାତୀୟ ପତକା ଉତ୍ତୋଳନ ଏବଂ ସମସ୍ତ ସଭ୍ୟା ସଭ୍ୟ ବୃନ୍ଦ. ସମସ୍ତ କର୍ମଚାରୀ. ସ୍ୱଚ୍ଛ ସାଥି. ସ୍ୱୟଂ ସହାୟକ ଦଳଙ୍କ ସମେତ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସହର ପରିକ୍ରମା କରାଯାଇ ସହର ମଧ୍ୟରେ ସ୍ଥାପିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା. ସାପ୍ତାହିକ ବଜାର ରେ ମାର୍କେଟ କମ୍ପ୍ଲେକ୍ସ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି. କିନ୍ତୁ ପି ଏନ ବି ବ୍ୟାଙ୍କ ସମୁଖରେ ଥିବା ବିଦ୍ୟୁତ ବିଭାଗ ଟ୍ରାନ୍ସ ଫୋରମର ନିକଟରେକୋଡିଏ ଲକ୍ଷ ଟଙ୍କାର ଯେଉଁ ନୂତନ ପାର୍କିଙ୍ଗ ସ୍ଥଳ ର ଉଦଘାଟନ କରାଗଲା ତାହାକୁ ନେଇ ଜନସାଧାରଣ ରେ ଅସନ୍ତୋଷ ଆରମ୍ଭ ହୋଇଯାଇଥିବା ଦେଖା ଦେଇଛି.ହାଇମେକ୍ସ ଲାଇଟ ରେ ଅନିୟମିତତା ସମେତ ଗତ ଚାରି ବର୍ଷ ମଧ୍ୟରେ କୋଟପାଡ଼ ଏନ ଏ ସି କୋଟି କୋଟି ଟଙ୍କାର ଅନୁଦାନ ପାଇଛି. ଏହାକୁ ଠିକରେ ଖର୍ଚ୍ଚ କରାଯାଇ ନାହିଁ. କିକାଶ ନାମ ରେ ବିନାଶ ଚାଲିଛି ବୋଲି ଟିକସ ଦାତା ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି.ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ. ଅଧକ୍ଷ. ସମସ୍ତ ସଭ୍ୟ ସଭ୍ୟା ଓ କର୍ମ ଚାରି ମାନେ ଉପସ୍ଥିତ ଥିବା ଜଣାଯାଇଛି.

You may have missed