ଗଞ୍ଜାମ ଏନଏସି ରାଜ୍ୟସ୍ତରରେ ପୁରସ୍କୃତ, ମିଳିଲା ୨ କୋଟି ଟଙ୍କା*

ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେଲା ଗଞ୍ଜାମ ଏନଏସି*
********************/*************
*ଗଞ୍ଜାମ, ପ୍ରଦୀପ କୁମାର ପଣ୍ଡା
ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ୱରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଏନ୍ଏସି କୁ ଉଲ୍ଲେଖନୀୟ ସଫଳତା ସକାଶେ ପୁରସ୍କୃତ କରିଛନ୍ତି। ଜିଲ୍ଲାର ୧୩ଟି ଏନ୍ଏସି ମଧ୍ୟରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଗଞ୍ଜାମ ଏନ୍ଏସି ରାଜସ୍ବ ଆଦାୟ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ୨ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନ୍ଏସି ଅଧ୍ଯକ୍ଷା ପ୍ରତିଭା ପାଢ଼ୀ ଓ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ତାହା ଗ୍ରହଣ କରିଛନ୍ତି।
ନିଜ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଗଞ୍ଜାମ ଏନ୍ଏସିକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସ୍ବଚ୍ଛତା କ୍ଷେତ୍ରରେ ମଧ୍ଯ ଗଞ୍ଜାମ ଏନ୍ଏସି ସଫଳ ପ୍ରଦର୍ଶନ କରିଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୪ ଅଗଷ୍ଟରେ ଏନେଇ ସୂଚନା ଦିଆଯାଇ ଥିଲା।
ସହରବାସୀଙ୍କ ସହଯୋଗରୁ ଏହି ସଫଳତା ମିଳିଥିବା ଦର୍ଶାଇବା ସହ ପରିଷଦର ସମସ୍ତ କର୍ମଚାରୀଙ୍କ ମିଳିତ ନିଷ୍ଠା ଓ ପ୍ରୟାସର ଫଳ ବୋଲି କହି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଧ୍ୟକ୍ଷା ଓ
ନିର୍ବାହୀ ଅଧିକାରୀ। ଏହି ସଫଳତା ଆମକୁ ଆଗକୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି l
