ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ
ସମ୍ବଲପୁର ତା.୩୧/୮ – ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ରବିବାର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଲ ଏକତା ମଞ୍ଚ ନାରୀଶକ୍ତିର ସଦସ୍ୟା ମାନେ ରକ୍ଷାବନ୍ଧନ କରିବା ସହ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଭାଇ ମାନଙ୍କ ସହ ସୁ-ସମ୍ପର୍କକୁ ଦୀର୍ଘଜୀବୀ କରିବାକୁ ପ୍ରତିଶ୍ରୁତି ନେଇଥିଲେ ।
ନାରୀଶକ୍ତିର ସଦସ୍ୟା ମାନେ ନିଜ ଘରୁ ଫୁଲ, ଚନ୍ଦନ, ରାକ୍ଷୀ ଏବଂ ମିଷ୍ଠାନ ନେଇ ଭାଇ ମାନଙ୍କ ହାତରେ ରାଖୀ ବାନ୍ଧି ପବିତ୍ର ସମ୍ପର୍କକୁ ପ୍ରମାଣିତ କରିଥିଲେ । ଏକତା ମଞ୍ଚର ସଦସ୍ୟ ସଦସ୍ୟା ମାନେ ପ୍ରତିବର୍ଷ ଭଳି ପରିବାର ମଧ୍ୟରେ ରହିଥିବା ସୁସମ୍ପର୍କକୁ ରକ୍ଷା ବନ୍ଧନ ଜରିଆରେ ମଜବୁତ କରିଥିବା ପଶ୍ଚିମାଞ୍ଚଲ ନାରୀ ଶକ୍ତି ପକ୍ଷରୁ ଚେଷ୍ଟା କରାଯାଇ ଆସୁଛି ।
କାର୍ଯ୍ୟକ୍ରମରେ ନାରୀ ଶକ୍ତି ପଙ୍କଜିନୀ ମେହେର, ଝୁନୁ ତ୍ରୀପାଠୀ, ସଂଘମିତ୍ରା ପଣ୍ଡା, ସିପ୍ରାଚକ୍ରବର୍ତ୍ତୀ, ପ୍ରଜ୍ଞା ପ୍ରଧାନ, ପଙ୍କଜିନି ବୈଠାରୁ, ଅନୁପମା ରାଉତ୍ ,ଭୂମିସୂତl ମେହେର, ଲଳିତା ଭୋଇ, ସୁଜାତା ଗୁରୂ, ସୁଷମା ପ୍ରଧାନ, ଭବlନିଶ ଭୋଇ, ସ୍ୱୟଂ ପ୍ରକାଶ ପଣ୍ଡା, ନିଶିକାନ୍ତ ବିଶ୍ୱାଳ, ରାହୁଲ୍ ଗୁପ୍ତା, ଶୁଭମ୍ ସାହୁ, ଅମିତ୍ ଦାଶ
ଅମନ ଚିରଗୁନ, ପ୍ରଥମ୍ ପଣ୍ଡା, ପ୍ରେମ୍ ସାହାଣୀ , ଦଶରଥ ମେହେର
ହିମାଂଶୁ ସାହୁ, ଅମିତାଭ ମାଝୀ, ଅଶୋକ ତ୍ରିପାଠୀ, ଗୋପବନ୍ଧୁ ସେନାପତି, ଅଭିଳାଷ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ ।
