August 30, 2026

ଅଁରା ପଞ୍ଚାୟତ କାର୍ଯ୍ୟାଳୟରେ ଆମ ପୋଲିସ ସମିତି ବୈଠକ

IMG-20260830-WA0036
Share

 

 

ହାଟଡିହି ତା ୩୦/୮(ମନମୋହନ ନାୟକ) : ଅଁରା ପଞ୍ଚାୟତ କାର୍ଯ୍ୟାଳୟରେ ପରିସରରେ ନନ୍ଦିପଦା ପୋଲିସ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହେବା ସହିତ ଗ୍ରାମବାସୀଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ୍ ଠକେଇ, ନକଲି ଲିଙ୍କ୍, ଓଟିପି ଓ ବ୍ୟାଙ୍କ ତଥ୍ୟର ଦୁରୁପଯୋଗ, ଅଳ୍ପ ବୟସ ଝିଅ ମାନଙ୍କ ନିଖୋଜକୁ କିଭଳି ରୋକା ଯାଇ ପାରିବ, ନିଶାମୁକ୍ତ ଭାରତ ଗଠନ କରାଯାଇପାରିବ ସମ୍ପର୍କରେ ପୋଲିସ ପୋଲିସ ଓ ଆମ ସମିତି ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ସାଇବର ଅପରାଧରୁ ଦୂରେଇ ରହିବା ସହ ଅଜଣା ବ୍ୟକ୍ତିଙ୍କ ସହ ନିଜସ୍ୱ ତଥ୍ୟ ଓ ପାସୱାର୍ଡ ଶେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନନ୍ଦିପଦା ଥାନା ଆଇ.ଆଇ.ସି ଧର୍ମେନ୍ଦ୍ର ଶାନ୍ତି, ଆମ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, ବୀରେନ୍ଦ୍ର କୁମାର ବିଶ୍ୱାଳ, ଅଁରା ସରପଞ୍ଚ ମମତା ବେହେରା ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ। ମୋବାଇଲ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି ବୁଝାଇଥିଲେ। ଭୁଲ ବଶତଃ କୌଣସି ଠକେଇର ଶିକାର ହେଲେ ତୁରନ୍ତ ପୋଲିସରେ ଅଭିଯୋଗ କରିବାକୁ କୁହା ଯାଇଥିଲା। ଏଥିରେ ବିଶ୍ୱମ୍ବର ବେହେରା, ଅଭିମନ୍ୟୁ ପରିଡା, ବିଜନ ନାୟକ, ଶତ୍ରୁଘ୍ନ ସା, ବାବନ ବେହେରା, ହିମାଂଶୁ ଜେନା, ପ୍ରଫୁଲ୍ଲ ଜେନା, ଦୀପକ ଜେନା, ସନ୍ତୋଷ ପରିଡା, ସୁଧାଂଶୁ ଖଣ୍ଡେଇଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।

You may have missed