ବାବୁପାଲି ରେ ମାଗଣା ଚକ୍ଷୁ ପରୀକ୍ଷା
ଅତାବିରା,ତା ୩୦/୮
ରଏବାର୍ ଦିନ ତ୍ରିଲୋଚନ୍ ନେତ୍ରାଳୟ ସମ୍ବଲପୁର୍ ଦ୍ଵାରା ମାଗଣା ଚକ୍ଷୁ ପରିକ୍ଷା ସିବିର୍ ବାବୁପାଲି ପନଚେତ୍ ଅଫିସ୍ ନ ଅନୁସ୍ଠିତ୍ ହେଲା। ସିବିର୍ କେ ବାବୁପାଲି ପନଚେତ୍ ସରପଞ୍ଚ୍ ସ୍ରିମତି ସଉଦାମିନି ସାହୁ ଫିତା କାଟିଁ ଆନୁସ୍ଠାନିକ୍ ଭାବେଁ ଉଦଘାଟନ୍ କଲେ। ସର୍ବମୋଟ୍ ୧୫୧ଝନ୍ ରୋଗି ଆଏଁଖ୍ ପରିକ୍ଷା କରେଇଥିଲେ। ସେଥିର୍ ଭିତ୍ରୁଁ ୭୮ ଝନକୁଁ ଚାଲସିଆ ଚସମା ମାଗଣା ଦିଆଗଲା। ମୋତିଆବିନ୍ଦୁ ଅସ୍ତ୍ରୋପଚାର୍ ଲାଗିଁ ୩୯ଝନ୍ ଚିହ୍ନଟ୍ ହେଲେ ଆର୍ ୩୯ ଝନ୍ ଭିତ୍ରୁଁ ୨୯ ଝନ୍ ମୋତିଆବିନ୍ଦୁ ଅସ୍ତ୍ରୋପଚାର୍ ଲାଗିଁ ତ୍ରିଲୋଚନ୍ ନେତ୍ରାଳୟ ସମ୍ବଲପୁର୍ କେ ତାଙ୍କର୍ ବସ୍ ଯୋଗେ ଗଲେ। ସମସ୍ତଙ୍କର୍ ଲାଗିଁ ଖାଏବାର୍ ବ୍ୟବସ୍ଥା କରାହେଇଥିଲା। ଇ ମାଗଣା ଚକ୍ଷୁ ପରିକ୍ଷା ସିବିର୍ କେ ବାବୁପାଲି ପନଚେତ୍ ର ପୁର୍ବତନ ସରପଞ୍ଚ୍ ତଥା ଅମୃତ୍ କୁଟୁମ୍ ଉପସଭାପତି ସ୍ରି ରୁଦ୍ରନାରାୟଣ ସାହୁ ଅମୃତ୍ କୁଟୁମ୍ ଉପଦେସ୍ଟା ସ୍ରି ଉପ୍ତନ୍ନ କୁମାର୍ ଭୋଇ ସ୍ରି ଜନ୍ମେଜୟ ମିସ୍ର ସ୍ରି ଘନସ୍ଯାମ୍ ପତିସ୍ରି ବାସୁଦେବ୍ ପଧାନ୍ ଅମୃତ୍ କୁଟୁମ୍ ସଂପାଦକ୍ ସ୍ରି ଭିସ୍ମସିଂ ଛନ୍ଦ୍ ବଂସିଧର୍ ବେହେରା ସଉମିତ୍ରି ପଧାନ୍ ଅଭିସେକ୍ ବଡ଼ପଣ୍ଡା ଚନ୍ଦ୍ରକୁମାର୍ ବଡପଣ୍ଡା ଅକ୍ଷୟ ପଧାନ୍ ନିମାଇଁ ପଧାନ୍ ସନାତନ୍ ପଧାନ୍ ହାଡୁ ପୋଡ୍ ପ୍ରସନ୍ନ ବଡ଼ପଣ୍ଡା କରୁଣା ମେହେର୍ ଧନେସ୍ବର୍ ସାହୁ ଲଲିତ୍ ସାହୁ କରୁଣାକର କର୍ମି ସସି ପାଣିଗ୍ରାହି ସରୋଜ୍ ପସାୟତ୍ ପ୍ରହଲ୍ଲାଦ ମେହେର୍ ଗୋପି ମେହେର୍ ଆର୍ ବାବୁପାଲି ଯୁବଗୋସ୍ଠି ଆର୍ ଅମୃତ୍ କୁଟୁମ୍ ର ସକ୍ରିୟ ସଦସ୍ୟ ମାନେଁ ପରିଚାଲନା କରିଥିଲେ।ସେସେଁ ସ୍ରି ରୁଦ୍ରନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
