August 29, 2026

ମଳିପଡ଼ା ବଡ଼ମଠରେ ମହାଆଡ଼ମ୍ବରରେ ଝୁଲଣ ଯାତ୍ରା ସମାପିତ

IMG-20260829-WA0089
Share

 

 

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର): ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ମଳିପଡ଼ା ବଡ଼ମଠରେ ଚାଲିଥିବା ପବିତ୍ର ଝୁଲଣ ଯାତ୍ରା ମହାଆଡ଼ମ୍ବରରେ ସମାପନ ହୋଇଛି। ପ୍ରାୟ ୬ ଦିନ ଧରି ଚାଲିଥିବା ଏହି ଝୁଲଣ ଯାତ୍ରାରେ ପ୍ରତ୍ୟେକ ଦିନ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ସହ ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପ୍ରାୟ ୭୦୦ ବର୍ଷର ପୁରାତନ ଏହି ବଡ଼ମଠରେ ପୁରୀ ଶ୍ରୀମନ୍ଦିରର ପରମ୍ପରା ଓ ନୀତିକାନ୍ତି ଅନୁସାରେ ବିଭିନ୍ନ ଧାର୍ମିକ ନୀତି ସମ୍ପନ୍ନ ହୋଇଆସୁଥିବା କୁହାଯାଏ। ଏହି ପରମ୍ପରା ଝୁଲଣ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା।

ଝୁଲଣ ଯାତ୍ରା ଅବସରରେ ୬ ଦିନ ଧରି ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ମଠ ପରିସର ଚଳଚଞ୍ଚଳ ହୋଇଉଠିଥିଲା। ସମାପନୀ ଦିବସରେ ଅସଂଖ୍ୟ ଶ୍ରଦ୍ଧାଳୁ ମଠରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିବା ସହ ଝୁଲଣ ଯାତ୍ରାର ଆନନ୍ଦ ଉପଭୋଗ କରିଥିଲେ। ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।ବଡ଼ମଠର ମହନ୍ତ ଅନନ୍ତ ନାରାୟଣ ଦେବାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସମଗ୍ର ଝୁଲଣ ଯାତ୍ରା ଆୟୋଜିତ ହୋଇଥିଲା। ପୁରାତନ ପରମ୍ପରା, ଧାର୍ମିକ ନୀତିକାନ୍ତି ଓ ସାଂସ୍କୃତିକ ଆୟୋଜନର ମିଶ୍ରଣରେ ଚଳିତ ବର୍ଷର ଝୁଲଣ ଯାତ୍ରା ଶ୍ରଦ୍ଧାଳୁଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିଛି।