August 29, 2026

ସରକାରୀ ଉଚ୍ଚବିଦ୍ୟାଳୟ ଡିଙ୍ଗରରେ ଜାତୀୟ କ୍ରୀଡା ପ୍ରତିଯୋଗିତା

IMG-20260829-WA0082
Share

 

 

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ଅଦ୍ୟ ୨୯/୮/୨୦୨୬ରିଖ ଶନିବାର ଦିନ ସକାଳ ୧୧ଘଟିକା ସମୟରେ ସରକାରୀ ଉଚ୍ଚବିଦ୍ୟାଳୟ ଡିଙ୍ଗର ପରିସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ସଭାପତିତ୍ଵରେ ଜାତିୟ କ୍ରିଡା ଦିବସ ପାଳିତ ହୋଇଯାଇଅଛି ଉକ୍ତ ଉତ୍ସବରେ ଅତିଥି ଭାବେ ମଞ୍ଚମଣ୍ଡନ କରିଥିଲେ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ସଞ୍ଜୁଲତା ବେହେରା ଓ ଶିକ୍ଷାବିତ ବିଜୟ କୁମାର ପାଲଟାସିଂହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପସ୍ତିତିରେ ପ୍ରଥମେ ଖେଳ ଶିକ୍ଷକ ଶ୍ରୀମାନ ପ୍ରକାଶ କୁମାର ଦାସ ଓ ବରିଷ୍ଠ ଖେଳ ଶିକ୍ଷକ କାଳିଚରଣ ଲେଙ୍କା ଙ୍କସହାୟତରେ କବାଡି, ଖୋ ଖୋ ଓ ଭଲିବଳ ମ୍ୟାଚ୍ କରାଯାଇଥିଲା ସମସ୍ତ ଛାତ୍ର ଛାତ୍ରୀ ମାନେ ବିଜୟ ଗ୍ରୁପକୁ କରତାଳି ଦେଇ ଉତ୍ପାଦିତ କରୁ ଥିଲେ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଶିକ୍ଷା ସହିତ ସ୍ୱାସ୍ଥ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡିତ ସମ୍ପର୍କରେ ଅତିଥି ସଞୁଲତା ବେହେରା ଛାତ୍ର ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ବରିଷ୍ଠ ଖେଳ ଶିକ୍ଷକ କାଳିଚରଣ ଲେଙ୍କା ଅମ୍ଳାନ ପ୍ରତିଭା କିମ୍ବଦନ୍ତି ଧ୍ଯାନ ଚାନ୍ଦଙ୍କ ଜିବନି ସମ୍ପର୍କରେ ଆଲୋକପାତ କରିଥିଲେ ଖେଳ ଶିକ୍ଷକ ଶ୍ରୀମାନ ପ୍ରକାଶ କୁମାର ଦାସ କ୍ରୀଡ଼ା କିପରି ସ୍ୱାସ୍ଥ ପାଇଁ ସମ୍ପଦ ସେ ବିଷୟରେ ଛାତ୍ରମାନଙ୍କୁ ଅଵଗତ କରାଇଥିଲେ ଶିକ୍ଷକ ଶ୍ରୀ ପ୍ରସାନ୍ତ କୁମାର ସାହୁ ଜାତୀୟ କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀମାନେ କିଭଳି ଖେଳୁଆଡୋ ମନୋଭାବ ସୃଷ୍ଟି କରି ଖେଳିଲନିଜର ତଥା ବାପା ଓ ମାଙ୍କର ନାମ ରଖିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ସଂସ୍କୃତ ଶିକ୍ଷକ ଶ୍ରୀ ସନୋଜ କୁମାର ସାହୁକାର୍ଯ୍ୟ କର୍ମକୁ ସଂଯୋଜନା କରିବା ସହିତ କିଵଦନ୍ତି ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜୀବନ କାଳ ଭିତରେ ବିଭଲି ତିନିଥର ଗୋଲଡ୍‌ ମେଡାଲ ଜିତିଥିଲେ ଏବଂ ଖେଲ ପ୍ରତି କିପରି ଏକାଗ୍ରତାରେଖେଳି ଦେଶର ନାମ ରଖିଥିଲେ ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସହିତ ଖେଳ ପ୍ରତିଧ୍ଯାନ ରଖିବେ ଓ ସ୍ୱାସ୍ଥର କିପରି ଯତ୍ନ କରିବେ ସେ ସମ୍ପର୍କରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅତିଭାଷଣ ରଖିଥିଲେ ଶେସରେ ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ପଣ୍ଡିତ ଉକ୍ତ ଉତ୍ସବ ସମ୍ପର୍କରେ ବ୍ୟକ୍ତବ୍ଯ ରଖିବା ସହିତ ସମସ୍ତ ଅତିଥି ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ