ଢେଙ୍କାନାଳରେ ଭୟଙ୍କର ସଡ଼କ ଦୁର୍ଘଟଣା।। ଜିପ୍ ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ଜଣେ ମୃତ।।
ଢେଙ୍କାନାଳ ( ଦେବାଶିଷ ଦାଶ )
ସାତମାଇଲ ଛକସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଜିପ୍ ଉପରେ ଧାନ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଜିପ୍ ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଉଠାଇବା ପାଇଁ ହିନ୍ଦୋଳ ପୋଲିସ୍ ଉଦ୍ୟମ ଜାରି ରଖିଛି।
